ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପରେଡ ଅଭ୍ୟାସ ପାଇଁ ଟ୍ରାଫିକ୍ କଟକଣା ଲାଗୁ କରାଯିବ । ପରେଡ୍ ଅଭ୍ୟାସ ଆଜି ଅପରାହ୍ଣ ୨ ଟା ୩୦ରୁ ୫ ଟା ଯାଏଁ ବିଭିନ୍ନ ରାସ୍ତାକୁ ବନ୍ଦ କରାଯିବ । ଗାନ୍ଧୀମାର୍ଗକୁ କୌଣସି ଗାଡ଼ି ଆସିବାକୁ ଦିଆଯିବନି । ଜନପଥରେ ଟ୍ରାଫିକ୍ ସ୍ୱାଭାବିକ ଭାବେ ଚଳାଚଳ କରିବ । କିନ୍ତୁ ମାଷ୍ଟର କ୍ୟାଣ୍ଟିନ୍ ଠାରୁ ଗାନ୍ଧୀମାର୍ଗକୁ କୌଣସି ଗାଡ଼ି ଯିବାକୁ ଅନୁମତି ଦିଆଯିବ ନାହିଁ ।
ସଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏମ୍ଜି ପଟକୁ ଆସୁଥିବା ଗାଡ଼ି ଗୁଡ଼ିକ ରବିନ୍ଦ୍ର ମଣ୍ଡପ ପୂର୍ବରୁ ବାମ ପଟକୁ ବୁଲିବେ । ସେମାନଙ୍କୁ ସଚିବାଳୟମାର୍ଗକୁ ଆସିବା ପାଇଁ ଦିଆଯିବ ନାହିଁ । ଏଜି ଛକରୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ଗାଡ଼ି ଗୁଡ଼ିକ ଇନ୍ଦିରା ପାର୍କ ପୂର୍ବରୁ ଡାହଣକୁ ମୋଡ଼ିବେ । ୧୨୦ ବାଟାଲିୟନରୁ ରବିନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡ଼ି ଗୁଡ଼ିକ ଏମ୍ଏଲ୍ଏ କଲୋନୀ ମୋଡ଼ରେ ବାମକୁ ଯିବେ । ୨୬ ତାରିଖ ଦିନ ସକାଳ ୭ରୁ ୧୦ ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି କମିଶନରେଟ୍ ପୁଲିସ୍ ନିର୍ଦ୍ଦେଶନାମା ଜାରି କରିଛି । ଏହାକୁ ଯିଏ ଉଲ୍ଲଘଂନ କରିବ ତା’ଠାରୁ ଏକ ହଜାରରୁ ୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ ।