ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଶ୍ରୀମନ୍ଦିରର ସେବାୟତ ଓ ତାଙ୍କ ପରିବାର ସହସ୍ୟଙ୍କୁ ମାଗଣା କୋଭିଡ୍ ଟିକା ଦେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏହା ସହ ସେବାୟତଙ୍କ ସମେତ ୫ଶହ କର୍ମଚାରୀଙ୍କୁ ମଧ୍ୟ ଟିକା ଦେବାକୁ ଅନୁରୋଧ କରାଯାଇଛି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ, ଏବେ ବିନା କଟକଣାରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରୁଛନ୍ତି । ଏବେ ଆହୁରି ସଂଖ୍ୟାରେ ଭକ୍ତ ମଧ୍ୟ ଦର୍ଶନ ପାଇଁ ଆସିବେ । ତେଣୁ ଭକ୍ତଙ୍କ ସମ୍ପର୍କରେ ଆସୁଥିବା ସେବକମାନେ କରୋନାର ଶିକାର ହୋଇପାରନ୍ତି । ଏବଂଏହା ଦ୍ଵାରା ନୀତିକାନ୍ତିରେ ମଧ୍ୟ ପ୍ରଭାବିତ ହୋଇପାରେ । ଆଜି ଏନେଇ ଶ୍ରୀମନ୍ଦିର ପ୍ରଶାସନ ଚିଠି ମାଧ୍ୟମରେ ରାଜ୍ୟ ପରିବାର କଲ୍ୟାଣ ଓ ସ୍ଵାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି ।