ସନ୍ଷ୍ଟାର ଟିଭି ବ୍ୟୁରୋ
ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ଟେଷ୍ଟପେପର । ‘ପରୀକ୍ଷା ଦର୍ପଣ’ ଟେଷ୍ଟପେପର ମାଟ୍ରିକର ସମସ୍ତ ପିଲାଙ୍କୁ ଦିଆଯିବ । ରାଜ୍ୟର ୬ଲକ୍ଷ ୨୦ ହଜାର ୫୦୮ ମାଟ୍ରିକ ପିଲାଙ୍କୁ ଦିଆଯିବ ଏହିଟେଷ୍ଟପେପର । ୭୦୦ ପୃଷ୍ଠାର ମାଗଣା ଟେଷ୍ଟପେପର ସରକାର ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟେଷ୍ଟପେପରରେ ପାଠ୍ୟ ବିଷୟର ଉଭୟ ପ୍ରଶ୍ନ ଓ ଉତ୍ତର ରହିବ । ପିଲାଙ୍କୁ ପାଠପଢାରୁ ଚାପମୁକ୍ତ କରିବାପାଇଁ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ତେବେ ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପୂର୍ବରୁ ପିଲାଙ୍କୁ ପାଠପଢାରୁ ଚାପମୁକ୍ତ କରିବା ପାଇଁ ୩୦ ପ୍ରତିଶତ କୋର୍ସ କମାଇ ଦେଇଥିବାବେଳେ ଏବେ ମାଗଣା ଟେଷ୍ଟପେପର ଯୋଗାଇ ଦିଆଯାଉଛି ।