ସନ୍ଷ୍ଟାର ଟିଭି ବ୍ୟୁରୋ
ସୁଶାନ୍ତ ସିଂ ରାଜପୁତ ଚାଲିଗଲେ, କିନ୍ତୁ ଛାଡ଼ିଗଲେ ଅନେକ ସ୍ମୃତି । ଅଫେରା ରାଇଜକୁ ଚାଲିଯାଇଥିଲେ ବି ଫ୍ୟାନ ଆଜି ବି ତାଙ୍କୁ ଝୁରୁଛନ୍ତି । ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଜି ଜନ୍ମଦିନ । ଆଜି ବି ସୁଶାନ୍ତଙ୍କ ପାଇଁ ସମସ୍ତଙ୍କ ଆଖିରେ ଝରୁଛି ଲୁହ । କାରଣ ସୁଶାନ୍ତ ନିଜେ ଏହି ଖାସ୍ ଜନ୍ମଦିନ ପାଳନ କରିବାକୁ ଏଠାରେ ନାହାଁନ୍ତି । ବିଶେଷକରି ଏହି ଦିନ ସୁଶାନ୍ତଙ୍କ ପରିବାର ପାଇଁ ସବୁଠାରୁ କଷ୍ଟକର । ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କ ଜନ୍ମଦିନରେ ଏକ ଭାବପ୍ରବଣ ନୋଟ୍ ଲେଖି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଶ୍ୱେତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସୁଶାନ୍ତଙ୍କ ଏକ ଫଟୋ କୋଲାଜ କରି ସେୟାର କରିଛନ୍ତି। ଏହି ଫଟୋ କୋଲାଜରେ ସୁଶାନ୍ତ ସିଂ ରାଜପୁତଙ୍କର ଅନେକ ଫଟୋ ଅଛି, ଯେଉଁଥିରେ ସେ ତାଙ୍କ ପରିବାର ସହିତ ନଜର ଆସିଛନ୍ତି । ଏହି ଫଟୋକୁ ସେୟାର କରି ଶ୍ୱେତା ଲେଖିଛନ୍ତି, ‘ଲଭ୍ ୟୁ ଭାଇ । ତୁମେ ମୋର ଅଂଶ ଏବଂ ସର୍ବଦା ରହିବ‘। ଶ୍ୱେତାଙ୍କ ଏହି ପୋଷ୍ଟ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି ।
View this post on Instagram
ଏହା ବ୍ୟତୀତ ଅନ୍ୟ ଏକ ପୋଷ୍ଟରେ ଶ୍ୱେତା ଆହୁରି ମଧ୍ୟ କହିଛନ୍ତି ଯେ, ସୁଶାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କର ଗୋଟିଏ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଶ୍ୱେତା ସୁଶାନ୍ତଙ୍କ ଏକ ପୋଷ୍ଟର ସ୍କ୍ରିନସଟ ସେୟାର କରିଛନ୍ତି। ଯେଉଁଥିରେ ସ୍ୱର୍ଗତ ଅଭିନେତା ତାଙ୍କ ସ୍ୱପ୍ନ ବିଷୟରେ କହିଛନ୍ତି। ଏହା ସହିତ ଶ୍ୱେତା ଲେଖିଛନ୍ତି, ‘ମୁଁ ଖୁସି ଲାଗୁଛି ଯେ, ଭାଇର ୩୫ ତମ ଜନ୍ମଦିନରେ ତାଙ୍କର ଗୋଟିଏ ସ୍ୱପ୍ନ ପୂରଣ କରିବା ଦିଗରେ ଆହୁରି ପଦକ୍ଷେପ ନିଆଯାଉଛି।
View this post on Instagram
ଶ୍ୱେତା ଆହୁରି ଲେଖିଛନ୍ତି, ୟୁସି ବରେଲିରେ ସୁଶାନ୍ତ ସିଂ ରାଜପୁତ ମେମୋରିଆଲ୍ ପାଣ୍ଠି ୩୫୦୦ ଡଲାର୍ ଦେବ। ୟୁସି ବରେଲିରେ ଜ୍ୟୋତିର୍ବିଜ୍ଞାନରେ ରୁଚି ରଖିଥିବା ଯେକୌଣସି ଛାତ୍ର ଏହି ପାଣ୍ଠି ପାଇଁ ଆବେଦନ କରିପାରିବେ । ଜନ୍ମଦିନର ଶୁଭେଚ୍ଛା ମୋର ସାନ ଭାଇ । ମୁଁ ଆଶା କରୁଛି ତୁମେ ଯେଉଁଠାରେ ଥାଅ, ଖୁସିରେ ରହୁଥିବ।’ ଏହି ପୋଷ୍ଟରେ ସୁଶାନ୍ତଙ୍କ ପ୍ରଶଂସକମାନେ ମଧ୍ୟ ଭାବ ବିହ୍ଵଳ ହୋଇଛନ୍ତି । ଏବଂ ସୁଶାନ୍ତଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଉଛନ୍ତି।