ସନ୍ଷ୍ଟାର ଟିଭି ବ୍ୟୁରୋ
Image courtesy ANI
ପୁରୀ: ପ୍ରାୟ ଦୀର୍ଘ ୧୦ମାସ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିବା ଭକ୍ତଙ୍କ ଅପେକ୍ଷାର ଆଜି ଅନ୍ତ ଘଟିଛି । ବିନା ପ୍ରତିବନ୍ଧକରେ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଏହା ସହ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣାରେ କିଛିଟା କୋହଳ କରି ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି ମାନି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।
Image courtesy TOI
ଏହା ସହ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି।ଵ ଏବଂ ୨୬ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ସକାଳ ୬ଟାରୁ ୭ଟା ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀବାସୀ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।
ସକାଳ ୭ଟାରୁ ସିଂହଦ୍ୱାରରେ ଲାଗିଛି ଭକ୍ତଙ୍କ ଲମ୍ବା ଭିଡ଼। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା କରାଯାଇଛି । ଆଜିଠୁ ପ୍ରତିଦିନ ପାଖାପାଖି ୩୦ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏବଂ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବ୍ୟବସ୍ଥା ଉପରେ ଦୃଷ୍ଟି ରଖିଛନ୍ତି। କୋଭିଡ ରିପୋର୍ଟ ଉପରେ ଗୁରୁତ୍ୱ ଦିଆଯାଉନି, କିନ୍ତୁ କୋଭିଡ କଟକଣା ମାନିବାକୁ ବାଧ୍ୟ କରାଯାଇଛି’ ବୋଲି କହିଛନ୍ତି ଜିଲ୍ଲପାଳ ସମର୍ଥ ବର୍ମା।