ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆସନ୍ତା କାଲିଠାରୁ ବିନା କୋଭିଡ଼୍ ନେଗେଟିଭ୍ ରିପୋର୍ଟରେ ଜଗାକୁ ଦର୍ଶନ କରିପାରିବେ ଭକ୍ତ । ଏହା ସହ ପ୍ରତି ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ କରିବା ପାଇଁ ପୁରୀ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୨୩ରୁ ମହାପ୍ରଭୁଙ୍କୁ ଦର୍ଶନ କରିବାପାଇଁ ଭକ୍ତଙ୍କୁ ମିଳିଥିଲା ସତ, ହେଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ଥିବା ଯୋଗୁଁ କେତେ ଭକ୍ତ ବଡଠାକୁରଙ୍କ ଦର୍ଶନ ନପାଇ ବଡଦାଣ୍ଡରୁ ଫେରି ଯାଉଥିଲେ । ହେଲେ ଆସନ୍ତାକାଲି ଠାରୁ କାଳିଆ ଦୁଆରୁ ଭକ୍ତ ଆଉ ଫେରି ଯିବନି । ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସଓପି ମାନି ଜଗନ୍ନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ଠାରୁ କୋଭିଡ଼୍ ନେଗେଟିଭ୍ ରିପୋର୍ଟ ଦେଖାଇବା ଆଉ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି ।
ତେବେ ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ପୁରୀ ଏସପି, ଡିଆଇଜି ସମୀକ୍ଷା କରି କିଭଳି ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇ ପାରିବ ସେ ନେଇ ଆଲୋଚନା କରିଛନ୍ତି । ପୁରୀ ବାସିନ୍ଦାଙ୍କ ପାଇଁ ସକାଳ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ପରେ ସାଧାରଣ ଭକ୍ତ ମାନେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ ଏଥିଲାଗି ସେବାୟତଙ୍କ ସହ ମଧ୍ୟ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଥର୍ମାଲ ସ୍କାନିଂ ଏବଂ ମନ୍ଦିର ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ଥର୍ମାଲ ସ୍କାନିଂରେ ଯାହାର ଜ୍ୱରର ମାତ୍ରା ଅଧିକ କିମ୍ବା ୧୦୦ ଫାରାନାଇଟ ଉପରେ ରହିବ, ସେମାନେ ଦର୍ଶନ ପାଇଁ ଯାଇପାରିବେ ନାହିଁ ।
The temple will be closed for darshan on Sundays for sanitisation etc
COVID protocol such as masks, sanitiser usage, and social distancing is mandatory.
We urge people to follow the COVID guidelines for a smooth darshan.
Special queue for elderly will also be there.
— PuriOfficial (@Puri_Official) January 20, 2021