ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ଭୁବନେଶ୍ଵର ସୈନିକ ସ୍କୁଲରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ ଭାରତୀୟ ସେନା ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି । ଦୁଇ ଦିନିଆ ଓଡିଶା ଗସ୍ତ ମଧ୍ୟରେ ଏହା ତାଙ୍କର ପ୍ରଥମ ବୈଠକ ଥିଲା । ଏହି ବୈଠକରେ ଓଡିଶାବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ ଭାରତୀୟ ସେନା ସବୁ ପରିସ୍ଥିତିର ସମ୍ମୁଖିନ ହେବାକୁ ପସ୍ତୁତ ରହିଛି । ଭାରତୀୟ ସେନାର ଆଧୁନିକୀକରଣ କରାଯାଉଛି ।ସଂଖ୍ୟା ବୃଦ୍ଧି ନୁହେଁ ଭିତ୍ତିଭୂମି ସୁଦୃଢୀକରଣ ଉପରେ ଗୁରୁତ୍ଵ ଦିଆଯାଉଛି ବୋଲି କହିଛନ୍ତି ଲେଫ୍ଟନାଣ୍ଟ ଚଣ୍ଡିପ୍ରସାଦ ମହାନ୍ତି । ବିଶ୍ଵରେ ଭାରତୀୟ ସେନା ନମ୍ଵର ଓ୍ଵାନ ବୋଲି କହିଥିଲେ ଚଣ୍ଡିପ୍ରସାଦ ମହାନ୍ତି ।
ତେବେ ଗତକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିଥିଲେ ଚଣ୍ଡୀ ପ୍ରସାଦ ମହାନ୍ତି । ଜାନୁଆରୀ ୩୧ ପରେ ଭାରତୀୟ ସେନାର ଭାଇସ୍ ଚିଫ୍ ଦାୟିତ୍ଵ ନେବେ । ଏବେ ସେ ସଦର୍ଣ୍ଣ କମାଣ୍ଡର ଅଛନ୍ତି । ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ଆସାମରେ ଚାଲିଥିବା ‘ଅପରେସନ୍ ଅଲ୍ କ୍ଲିୟରର’ ମୁଖ୍ୟ ଥିବା ସହିତ ଆସାମକୁ ଉଲ୍ଫା କବଳରୁ ମୁକ୍ତ କରି ଶାନ୍ତି ପ୍ରତିଷ୍ଠା କରିଥିଲେ ଥିଲେ ଚଣ୍ଡୀ ପ୍ରସାଦ ମହାନ୍ତି । ସେ ଚୀନ, ଦକ୍ଷୀଣ ଏସିଆ ଓ ଉତ୍ତର –ପୂର୍ବ ଦେଶ ଉପରେ ମଧ୍ୟ ଗବେଷଣା କରିଛନ୍ତି ।