ସନ୍ଷ୍ଟାର ଟିଭି ବ୍ୟୁରୋ
ସାଲେପୁର : ୩୮ ବର୍ଷ ପରେ ଦେଖା ହୋଇଛି ସ୍କୁଲ ବେଳର ବନ୍ଧୁମାନଙ୍କ ସହ । ସାଲେପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଉଚ୍ଚବିଦ୍ୟାଳୟ ୧୯୮୩ ବ୍ୟାଚର ଛାତ୍ରଛାତ୍ରୀମାନେ ବନ୍ଧୁମିଳନ ସଭା ଆୟୋଜନ କରିଛନ୍ତି । ପ୍ରାକ୍ତନ ଛାତ୍ର ପ୍ରଶାନ୍ତ କୁମାର ବିଶ୍ୱାଳ ଏହି ବନ୍ଧୁମିଳନର ପୁରୋଧା ସାଜି ସମସ୍ତଙ୍କୁ ଏକତ୍ରିତ କରିଥିଲେ ।ଏହି ବନ୍ଧୁମିଳନରେ ଦୁଃଶାସନ ସାହୁ , ଜୟନ୍ତ ମହାନ୍ତି , ଚିତ୍ତରଞ୍ଜନ ସାହୁ , ଅଜୟ ଲେଙ୍କା ,ରଘୁନାଥ ସ୍ୱାଇଁ ,ସଞ୍ଜୟ ଶତପଥୀ , ସୁଦାମ ଭୋଇ ,ବିଜୟ ଶତପଥୀ ,ରୁକ୍ମଣୀ ସାହୁଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଇନାକ୍ଷୀ ଦାସ ଧନ୍ୟବାଦ ଦେଇଥିଲେ ।