ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶାର ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ।ଧାନ କିଣାରେ ସବ୍ସିଡି ଟଙ୍କା ବକେୟା ଥିବା କଥା ଲେଖାଯାଇଛି ।
ତେବେ ଏହି ପ୍ରକ୍ରିୟା ମଧ୍ୟରେ ୨ଟି ସମସ୍ୟା ଦେଖାଦେଇଛି । ଏହା ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ ।
ସେ ଲେଖିଛନ୍ତି ଏମ୍ଏସ୍ପି ପ୍ରଦାନ ପାଇଁ ୧୫ ହଜାର କୋଟି ଟଙ୍କାର ଋଣ କରାଯାଇଛି । ସବ୍ସିଡି ଟଙ୍କା ପ୍ରଦାନ କରାଯାଇନଥିବାରୁ ଏହି ଋଣ କରାଯାଇଛି । ଏଯାଏଁ ୬ ହଜାର ୩୯ କୋଟିର ସବସିଡି ବକେୟା ପଡ଼ିଛି । ଉଷୁନା ଚାଉଳ ଉଠାଣକୁ ନେଇ ସମସ୍ୟା ଦେଖାଦେଇଛି । ବଳକା ଉଷୁନା ଚାଉଳ ଉଠାଣ ହ୍ରାସ ପାଇଁ କହିଛି ଏଫ୍ସିଆଇ । ଏହା ଦ୍ୱାରା ରାଜ୍ୟ ଉପରେ ଅଧିକ ବୋଝ ପଡ଼ିବ । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଦୁଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।