ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ଏକ ବର୍ଷ ମଧ୍ୟରେ ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି ।ତେବେ ଏପ୍ରିଲରୁ ଆରମ୍ଭ ହେବ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ । ରାଉରକେଲା ସହରରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମ୍ ସମୀକ୍ଷା କରି ଏପରି ମତ ଦେଇଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ମାତ୍ର ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସ୍ଥିର ହୋଇଛି । ୧୦ରୁ ୧୫ ଏକର ଜମିରେ ଏହି ହକି ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ରାଉରକେଲା ଗସ୍ତ ଅବସରରେ ସୁଚନା ଦେଇଛନ୍ତି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା କରିସାରିଥିବା ବେଳେ ଏହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିପିୟୁଟି ପରିସରରେ ଥିବା ଜମିରେ ଏହା ନିର୍ମାଣ ହେବ ବୋଲି ସ୍ଥିର ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି. କେ ପାଣ୍ଡିଆନ, ୱାର୍କର୍ସ ସଚିବ କ୍ରୀଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରୀଷ୍ଣା ଓ କ୍ରୀଡ଼ା ସଚିବ ଭିସାଲ ଦେବ ଆସି ଜମି ଦେଖିବା ସ୍ଥିତି ସମୀକ୍ଷା କରିଥିଲେ ।
ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ଯେପରି ବିଶ୍ୱସ୍ତରୀୟ ଅନୁଭୁତି ପ୍ରଦାନ କରିପାରିବ ତାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତି କରାଯାଉଛି। ଏଥିରେ ମୁଖ୍ୟ ପିଚ୍ ସହ ଫୁଡ ଲାଇଟ, ଅଭ୍ୟାସ ପିଚ୍, ଜିମ୍ ହାଇଡ୍ରୋ ଥେରୋପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହିତ ପାର୍କିଂ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିବ ବୋଲି କହିଛନ୍ତି ରାଜ୍ୟ ସରକାର ।
ଆଜି @SecyChief ଶ୍ରୀ ସୁରେଶ ମହାପାତ୍ର #5Ts ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏବଂ @sports_odisha ସ୍ବତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣା ରାଉରକେଲା ବିପିୟୁଟି ପରିସରରେ ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସ୍ଥାନ ପରିଦର୍ଶନ କରିଛନ୍ତି। ୨୦୨୨ ମଧ୍ୟଭାଗ ସୁଦ୍ଧା ଏହାକୁ ସଂପୁର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। pic.twitter.com/Cg5GzNeFf7
— I & PR Department, Odisha (@IPR_Odisha) January 19, 2021