ସନ୍ଷ୍ଟାର ଟିଭି ବ୍ୟୁରୋ
ବଲାଙ୍ଗୀର: ଆରମ୍ଭ ହେଲା ପ୍ରସିଦ୍ଧ ଶୁଲିଆ ଯାତ୍ରା ।ରକ୍ତରଂଜିତ ହେଲା ଶୁଲିଆ ପୀଠ । ବଲାଙ୍ଗୀରର ଦେଓଗାଁ ବ୍ଲକ କୁଳିତାପଡ଼ା ପଂଚାୟତର ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳାରେ ଆରମ୍ଭ ହୋଇଯାଇଛି ଶୁଲିଆ ଯାତ୍ରା । ଚଳିତ ବର୍ଷ କୋଭିଡ କଟକଣା ଭିତରେ ଶୁଲିଆ ଯାତ୍ରାରେ ବଳି ପଡିଛି । ପୂଜାର୍ଚ୍ଚନା ପରେ ଦିଆଯାଇଛି ବଳି । ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ମାନସିକଧାରୀ ମାନେ ଶୁଲିଆ ପୀଠରେ ଶହ ଶହ ନିରୀହ ଜୀବଙ୍କ ବଳି ଚଢାଇଯାଇଛି ।
ପୂର୍ବରୁ ବଳି ରୋକିବାରେ ବିଫଳ ହୋଇ ଆସୁଥିବା ଜିଲ୍ଲା ଓ ପୁଲିସ ପ୍ରଶାସନ ଆଦିବାସୀଙ୍କ ରୀତିନୀତି ଆଗରେ ହାର ମାନିଛି । ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁଭକ୍ତ ଏଠାକୁ ଆସିଥାନ୍ତି । ପ୍ରତିବର୍ଷ ପୌଷ ମାସରେ ପାଳିତ ହୁଏ ଶୁଳିଆ ଯାତ୍ରା । ବଳିପ୍ରଥା ବନ୍ଦ କରିବାକୁ ଜିଳ୍ଲା ପ୍ରଶାସନ ବୈଠକରେ ଅନୁରୋଧ କରିଥିଲେ ବି ବଳି ନେଇ ଜିଦରେ ଅଟଳ ଥିଲା କମିଟି । ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଣେ ମାଜିଷ୍ଟ୍ରେଟ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।