ସନ୍ଷ୍ଟାର ଟିଭି ବ୍ୟୁରୋ
ବେଜିଂ: କରୋନାର କରାଳ ରୂପ ସହ ବିଶ୍ଵ ବେଶ୍ ଭଲଭାବେ ପରିଚିତ । ବର୍ତ୍ତମାନ ଚୀନରୁ ଏହି ଭାଇରସକୁ ନେଇ ଆହୁରି ଭୟଙ୍କର ଖବର ସାମ୍ନାକୁ ଆସିଛି ।ଚୀନରେ ଆଇସକ୍ରିମରୁ ମିଳିଛି କରୋନା ଭାଇରସର ନମୁନା । ଏପର୍ଯ୍ୟନ୍ତ ତିନୋଟି ନମୁନା ପଜିଟିଭ ବୋଲି ଚିହ୍ନଟ ହୋଇଯାଇଛି । ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ମିଲ୍କ ପାଉଡରରେ ତିଆରି ଆଇସକ୍ରିମ ନ୍ୟୁଜିଲ୍ୟାଣ୍ଡ ଏବଂ ୟୁକ୍ରେନରୁ ଆସିଥିଲା । ସେଥିରୁ ସଂକ୍ରମଣ ଚିହ୍ନଟ ହେବାପରେ ବର୍ତ୍ତମାନ ଏହି ଆଇସକ୍ରିମ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ବ୍ୟତୀତ ସମସ୍ତ ପୁରୁଣା ଏବଂ ନୂଆ ଷ୍ଟକ୍ ପରୀକ୍ଷା କରାଯାଉଛି ।
କୁହାଯାଉଛି ଯେ, ଏହି ଆଇସକ୍ରିମ ତିଆରି କରିଥିବା ଡାକିଡୋ ଫୁଡ୍ କମ୍ପାନୀର ଅନେକ କର୍ମଚାରୀ ଏହି ଆଇସ୍କ୍ରିମର କ୍ୟାନଗୁଡ଼ିକ ସଂସ୍ପର୍ଶରେ ଆସିଥିଲେ । କମ୍ପାନୀରେ କାର୍ଯ୍ୟ କରୁଥିବା ସମସ୍ତ ୧୬୬୨ କର୍ମଚାରୀଙ୍କ ଉପରେ ନଜର ରଖାଯିବା ସହିତ ସମସ୍ତଙ୍କ କରୋନା ପରୀକ୍ଷା କରାଯାଉଛି । ଯଦିଓ ଏପର୍ଯ୍ୟନ୍ତ ସୁଦ୍ଧା ୭୦୦ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍ ବାହାରିଛି । ତେବେ ଏହି କଥାରୁ ଚୀନ ସରକାର ସୂଚନା ଦେଇଛନ୍ତି ଯେ କରୋନା ଭାଇରସ୍ ଅନ୍ୟ ଦେଶରୁ ଚୀନ ଦେଶକୁ ମାଛ ଓ ଖାଦ୍ୟ ସାମଗ୍ରୀ ମାଧ୍ୟମରେ ଆସିଛି କିନ୍ତୁ ବିଦେଶୀ ବୈଜ୍ଞାନିକ ଏହାକୁ ବିଶ୍ଵାସ କରୁନାହାନ୍ତି ।