ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପାରା ବଏଲ୍ଡ ରାଇସ୍ ଅର୍ଥାତ୍ ଉଷୁନା ଚାଉଳକୁ ଖରିଫ ଋତୁରେ ୫୦% ଓ ରବି ଋତୁରେ ନକିଣିବାକୁ କେନ୍ଦ୍ର ରାଜ୍ୟକୁ ଚିଠି ଲେଖିଛି । ଏହାର ଉତ୍ତରରେ ପ୍ରେସମିଟ ଡକାଇ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସରକାର ।ତେବେ ପ୍ରେସମିଟରେ ବିଜେଡି କହିଛି ଯେ ନବୀନଙ୍କ ପଦକ୍ଷେପ ଯୋଗୁଁ ରାଜ୍ୟରେ ଚାଷୀଙ୍କ ଆୟ ଦୁଇଗୁଣ ହୋଇଥିବାବେଳେ ଧାନ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି । କିନ୍ତୁ କେନ୍ଦ୍ର ଚାଉଳ ନେବାକୁ ମନା କରୁଛି ।
FCI ଚାଉଳ ନଉଠାଇଲେ ଓଡ଼ିଶା ଉପରେ ୧୦ହଜାର କୋଟିର ବୋଝ ପଡ଼ିବ । ଚଳିତବର୍ଷ ୩୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଆଉ ୩୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ । ବଳକା ଚାଉଳ କିଣିବାକୁ କେନ୍ଦ୍ର ସରକାର ମନା କରୁଥିବାରୁ ଏହା ଓଡ଼ିଶା ଉପରେ ବୋଝ ହେବ ବୋଲି କହିବା ସହ କରୋନା ବେଳେ ଏହା କଟା ଘା’ରେ ଚୂନ ସଦୃଶ ବୋଲି କହିଛି ବିଜେଡି ।
ନବୀନଙ୍କ ଲୋକପ୍ରିୟତାରେ ବିଜେପି ବିଚଳିତ ହୋଇ ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବୋଲି କହିଛନ୍ତି ବିଜେଡି । ଚାଷୀଙ୍କୁ ନେଇ ବିଭ୍ରାନ୍ତକର ତଥ୍ୟ ଦେଉଛି ବିଜେପି । କୃଷକ ମାରଣ ନୀତି ପରିତ୍ୟାଗ ପାଇଁ କେନ୍ଦ୍ରକୁ ଅନୁରୋଧ କରିଛି ବିଜେଡି । ଖରିଫ ଋତୁରେ ୫୦% ନେବେ, ରବି ଋତୁରେ ମୋଟେ ନେବେନି । ଏହା ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ବୋଲି କହିଛି ବିଜେଡି ।