ସନ୍ଷ୍ଟାର ଚିଭି ବ୍ୟୁରୋ
image courtesy ANI
ଆଜି ଅହମ୍ମଦାବାଦ୍ ମେଟ୍ରୋ ରେଳ ପ୍ରକଳ୍ପର ଫେଜ୍-୨ ଏବଂ ସୁରତ୍ ମେଟ୍ରୋ ରେଳ ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମେଟ୍ରୋ ପ୍ରକଳ୍ପଗୁଡ଼ିକ ଏହିସବୁ ସହରଗୁଡ଼ିକୁ ପରିବେଶ ଅନୁକୂଳ ମାସ୍ ରାପିଡ୍ ଟ୍ରାନଜିଟ୍ ପ୍ରଣାଳୀ ଉପଲବ୍ଧ କରାଇବ।
ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଫେଜ-୨ ୨୮.୨୫କିଲୋମିଟର ବିଶିଷ୍ଟ ହୋଇଥିବାବେଳେ ଏଥିରେ ଦୁଇଟି କରିଡର ରହିଛି। ଏବଂ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପାଇଁ ୫ ହଜାର ୩୮୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ସୁରତ ମେଟ୍ରୋ ରେଳ ପ୍ରକଳ୍ପର ଲମ୍ବ ୪୦.୩୫ କିଲୋମିଟର ଏବଂ ଏଥିରେ ମଧ୍ୟ ଦୁଇଟି କରିଡର ରହିଛି। ତେବେ ଏହି ପ୍ରକଳ୍ପ ପାଇଁ ୧୨ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।