ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଜାତୀୟ ଗଣମାଧ୍ୟମ ଚ୍ୟାନେଲ ରିପବ୍ଲିକ୍ ଟିଭିର ମୁଖ୍ୟ ଉପସ୍ଥାପକ ତଥା ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ ଏତଲା । ଭୁବନେଶ୍ଵର କ୍ୟାପିଟାଲ ଥାନାରେ ଅର୍ଣ୍ଣବଙ୍କ ନାଁରେ ଏତଲା ଦେଇଛନ୍ତି ଏନଏସୟୁଆଇ ।ଏତଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି । ତେବେ ଅର୍ଣ୍ଣବଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଉ ବୋଲି କଂଗ୍ରେସ ଦାବି କରାଯାଇଛି ।
ଅର୍ଣ୍ଣବ ଗୋସ୍ୱାମୀ ଓ ପୂର୍ବତନ ବାର୍କ ସିଇଓ ପାର୍ଥଦାସ ଗୁପ୍ତା ମଧ୍ୟରେ ହ୍ଵାଟ୍ସଆପ ଚାଟ୍ ସାର୍ବଜନୀନ ହେବାପରେ ଅସନ୍ତୋଷ ଜାହିର କରିଛି କଂଗ୍ରେସ । ଫୁଲଓ୍ଵାମା ଆକ୍ରମଣ ପରେ ପରସ୍ପର ଖୁସି ମନାଉଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ଆଉ ଏହି ଚାଟରୁ ଷ୍ପଷ୍ଟ ବାରି ହୋଇପଡ଼ୁଥିଲା ଯେ, ପୋଷ୍ଟ ପୁଲୱାମାର ଯୋଜନା ବିଷୟରେ ଅଳ୍ପେ ବହୁତେ ଅର୍ଣ୍ଣବଙ୍କୁ ଜଣା ଥିଲା । ତେବେ ଅର୍ଣ୍ଣବଙ୍କ ଏହି ଚାଟ ସାର୍ବଜାନୀନ ହେବା ପରେ ସମ୍ବାଦାତାଙ୍କ ଅସଲି ଚେହେରା ପଦାରେ ପଡ଼ିଛି । ତେଣୁ ଏଭଳି କାର୍ଯ୍ୟକଳାପ ପାଇଁ ଏଥିରେ ସମ୍ପୃକ୍ତଥିବା ସମସ୍ତଙ୍କୁ ଗିରଫ ଦାବି କରିଛି କଂଗ୍ରେସ ।