ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୩୨ତମ ସଡକ ସୁରକ୍ଷା ମାସର ପ୍ରଥମ ଦିନ । ଜାନୁୟାରୀ ୧୮ରୁ ଫେବୃଆରୀ ୧୭ ଯାଏଁ ଜାତୀୟ ସ଼ଡକ ସୁରକ୍ଷା ମାସ ପାଳନ କରାଯିବ । ଏନେଇ ପୁରୀ, ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ସଡ଼କ ସୁରକ୍ଷା ନେଇ ବିଭିନ୍ନ ସଚେତନାମୂଳକ କାର୍ୟ୍ୟକ୍ରମ କରାଯାଉଛି । ପୁରୀ ଜିଲ୍ଲାରେ ସଚେତନତା ରଥ ବୁଲିଥିବର ଦେଖିବାକୁ ମିଳିଛି । ତେବେ ଏହି କାର୍ୟ୍ୟକ୍ରମ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କାର୍ୟ୍ୟକ୍ରମର ଉଦଘାଟନ୍ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ, ଅତିରିକ୍ତ ଏସପି ପ୍ରମୁଖ ସାଇକେଲିଂ କରି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ମଧ୍ୟ ଲୋକମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଓଡିଶା ସରକାର ସଡକ ଦୁର୍ଘଟଣାକୁ ହ୍ରାସ କରିବା ତଥା ଦୁର୍ଘଟଣା ଜନିତ ଆହତଙ୍କ ଚିକିତ୍ସା ପାଇଁ ଅନେକଗୁଡିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ସଂଶୋଧିତ ମୋଟର ଯାନ ଆଇନ-୨୦୧୯କୁ ରାଜ୍ୟରେ ଲାଗୁ କରାଯାଇଥିବାରୁ, ଡବଲ ହେଲମେଟ ନିୟମ ଆଦି ପାଳନ କରାଯାଉଥିବାରୁ ଦୁର୍ଘଟଣା କମିଛି ବୋଲି କହିଛନ୍ତି ରାଜ୍ୟ ସରକାର ।
 
ସଡକ ସୁରକ୍ଷା, ଜୀବନ ରକ୍ଷା ଅଭିଯାନକୁ ସଫଳ କରିବା ପାଇଁ ଦେଶରେ ୧୮ ଜାନୁୟାରୀରୁ ୧୭ ଫେବୃଆରୀ-୨୦୨୧ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରାଯାଉଛି। ଓଡିଶା ସରକାର ସଡକ ଦୁର୍ଘଟଣାକୁ ହ୍ରାସ କରିବା ତଥା ଦୁର୍ଘଟଣା ଜନିତ ଆହତଙ୍କ ଚିକିତ୍ସା ପାଇଁ ଅନେକଗୁଡିଏ ପଦକ୍ଷେପ ଗ୍ରହଣ କରିଛନ୍ତି। @CTOdisha pic.twitter.com/h0CafZE1nv
— I & PR Department, Odisha (@IPR_Odisha) January 18, 2021
;