ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଶ୍ରମିକ ନେତା ତଥା ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୬ ମାସ ହେବ ସେ ଏମ୍ସରେ ଚିକିତ୍ସିତ ହେଉଥିଲେ ।
ପଶ୍ଚିମ ଓଡ଼ିଶା ଶ୍ରମିକ ସଂଘ ସଭାପତି ଭାବେ କାର୍ଯ୍ୟରତ ଥିଲେ ଲଳିତ ନାୟକ । ସେ ପଶ୍ଚିମ ଓଡିଶା ଶ୍ରମିକ ସଂଘର ସଭାପତି, ବିଦ୍ୟୁତ୍ କର୍ମଚାରୀ ସଂଘର ସଭାପତି, ରିକ୍ସା ଓ ଅଟୋ ଚାଳକ ସଂଘର ସଭାପତି ଭଳି ପ୍ରାୟ ୫୦ ଟି ସଂଗଠନର ସଭାପତି ଭାବରେ ଦାୟିତ୍ୱ ତୁଲାଉଥିଲେ ।
ତେବେ ଲଳିତ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ଵିଟ କରି କହିଛନ୍ତି “ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଲୋକଙ୍କ କଲ୍ୟାଣ ସହ ରକ୍ତଦାନ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।“