ସନ୍ଷ୍ଟାର ଟିଭି ବ୍ୟୁରୋ
କେନ୍ଦୁଝର: ଦୀର୍ଘ ଦିନର ଅପେକ୍ଷା ପରେ ଆଜି ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ପାଇଲେ ଭକ୍ତ ।କରୋନା ମହାମାରୀ ପାଇଁ ପ୍ରାୟ ୧୦ ମାସ ହେବ ମା’ଙ୍କର ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ ।ତେବେ ଘଟଗାଁ ପୀଠରେ ଦୁଇଟି ପର୍ଯ୍ୟାୟରେ ମା’ଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି ।
ସକାଳ ୮ଟାରୁ ଦିନ ସାଢ଼େ ୧୨ଟା ଓ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ପ୍ରଥମେ ପୂଜକଙ୍କ ପରିବାର ଲୋକଙ୍କୁ ମାଆଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ ।
ତେବେ ମନ୍ଦିର ବେଢ଼ାରେ ଥରକେ ୨୫ରୁ ୩୦ଜଣ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । ଭକ୍ତମାନେ କେବଳ ମା’ଙ୍କ ଦର୍ଶନ କରିପାରିବେ । ମନ୍ଦିର ପରିସରରେ ପୂଜା କାର୍ଯ୍ୟକୁ ବାରଣ କରାଯାଇଛି । ତିନି ନମ୍ବର ଗେଟରେ ପ୍ରବେଶ କରିବାର ବ୍ୟବସ୍ଥା ହୋଇଥିବା ବେଳେ, ବ୍ୟାରିକେଡ୍ ମଧ୍ୟରେ ସାମାଜିକ ଦୂରତା ଓ ସାନିଟାଇଜ୍ ହୋଇ ମନ୍ଦିର ଭିତରକୁ ଯିବେ ଭକ୍ତ ।