ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପିଏମ୍ କେୟାର୍ସ ପାଣ୍ଠିକୁ ନେଇ ବଢୁଥିବା ଅଡୁଆ ଏବେ ଦିନକୁ ଦିନ ନୂଆ ମୋଡ ନେଉଛି । ଦେଶର ୧୦୦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପାଣ୍ଠି ହିସାବର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହା ସହ ପାଣ୍ଠିର ହିସାବ ମାଗିଛନ୍ତି ।
ସୂଚନା ମୁତାବକ, କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଏହି ପାଣ୍ଠି କରିଥିଲେ । ପାଣ୍ଠି ଗଠନ ବେଳେ କୁହାଯାଇଥିଲା କି ଏହି ପାଣ୍ଠିକୁ ଯାହା ସାହାଯ୍ୟ ମିଳିବ ତାହାକୁ ଜନସାଧାରଣ ଲୋକଙ୍କ ସହାୟତା ପାଇଁ ଉପଯୋଗ କରାଯିବ । ହେଲେ ପାଣ୍ଠି ଗଠନ ହେବା ଦିନରୁ ଏହାର ସ୍ୱଚ୍ଛତା ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି । କେବେ ବିରୋଧୀମାନେ ଏହି ପାଣ୍ଠିର ଅର୍ଥକୁ ପ୍ରଧାନମନ୍ତ୍ରୀ ନିଜ ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିବା ନେଇ ଅଭିଯୋଗ କରୁଥିବା ବେଳେ ଏବେ ୧୦୦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପାଣ୍ଠିର ହିସାବ ମାଗିଛନ୍ତି ।