ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଲିଉଡ ଜଗତର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ଓ ମୋଷ୍ଟ ହ୍ୟାଣ୍ଡସମ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ପ୍ରେମ ସମ୍ପର୍କ ସବୁବେଳେ ବେଶ୍ ଚର୍ଚ୍ଚାରେ ରହିଥାଏ । କିନ୍ତୁ ତାହା ସତ କି ଗୁଜବ ତାହାର ପ୍ରମାଣ କାହା ପାଖରେ ନଥାଏ । କିନ୍ତୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସେମାନଙ୍କ ବିବାହ । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ସୁପରହିଟ ଓଲିଉଡ ଯୋଡି ।
ହିନ୍ଦୁ ରୀତିନୀତି ଅନୁସାରେ ବିବାହ ନ କରିଥିଲେ ମଧ୍ୟ କୋର୍ଟରେ ଆଇନ୍ ସମ୍ମତିରେ ଦୁଇଜଣ ଯାକ ବିବାହ କରିଛନ୍ତି ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । ତେବେ ଏହି ବିବାହର ସତ୍ୟତା ସେମାନେ କେବେ ଖୁଲାସା କରିବେ ତାକୁ ନେଇ ଅପେକ୍ଷା କରିବାକୁ ପଡିବ ।
ତେବେ ପୂର୍ବରୁ ମଧ୍ୟ ଅର୍ଚ୍ଚିତାଙ୍କ ପାଇଁ ସବ୍ୟସାଚୀ ମିଶ୍ର ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି ବୋଲି ଗୁଜବ ଉଠିଥିଲା । ସବ୍ୟସାଚୀ ମିଶ୍ରଙ୍କ ଛାଡପତ୍ର ହେବାର ଆଠମାସ ପରେ ଏକ ସାକ୍ଷାତକାରରେ ରିଲ୍ ରୋମାନ୍ସ ଏବେ ରିୟଲ ରୋମାନ୍ସରେ ପରିଣତ ହେବାକୁ ଯାଉଛି ବୋଲି କହିଥିଲେ ଅର୍ଚ୍ଚିତା ।