ସନ୍ଷ୍ଟାର ଟିଭି ବ୍ୟୁରୋ
ସୁନ୍ଦର ଓ ଉଜ୍ଜଳ ତ୍ୱଚା ସଭିଁଙ୍କର ଇଚ୍ଛା । ଏହା ପାଇଁ ବିଭିନ୍ନ ପ୍ରକାର ଜିନିଷର ମଧ୍ୟ ବ୍ୟବହାର ଆମେ କରିଥାଉ। ଜାଣନ୍ତୁ ସେଭଳି କିଛି ସହଜ ଓ ଚମତ୍କାରୀ ଉପାୟ ବିଷୟରେ
୨ ଚାମଚ ପୁଦିନା ରସରେ ଅଧ ଚାମଚ ଲେମ୍ବୁରସ ମିଶାନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ। ତ୍ୱଚା ପାଇଁ ଏହା ଖୁବ ଲାଭଦାୟକ।
୧ ଚାମଚ ମହୁରେ ୨ ଚାମଚ ବାଦାମ ଗୁଣ୍ଡ ମିଶାନ୍ତୁ। ଏଥିରେ ଲେମ୍ବୁ ରସ ମଧ୍ୟ ମିଶାନ୍ତୁ। ଏହାକୁ ମୁହଁରେ ଓ ବେକରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଏହା ମୁହଁର ଚମକ ବୃଦ୍ଧି ସହ କୋମଳ ଓ ଗୋରା ହୋଇଥାଏ। ବେସନରେ ଲେମ୍ବୁ ରସ ଓ ଖିର ମିଶାଇ ଫେସ ପ୍ୟାକ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ସମ୍ପୂର୍ଣ୍ଣ ଶୁଖିଯିବା ପରେ ମୁହଁ ଧୋଇ ଦିଅନ୍ତୁ।
ମୁହଁକୁ ଗୋରା କରିବା ପାଇଁ , ବିଭିନ୍ନ ଦାଗ ଦୂର ପାଇଁ , ବ୍ରଣ ସମସ୍ୟା ଦୂର ପାଇଁ ମେଥି ପତ୍ରକୁ ପେଷି ଏହାକୁ ମୁହଁରେ ଲଗାନ୍ତୁ। ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ମୂଳାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ମୁହଁରେ ରଖି ଏହି ଫେସ ପ୍ୟାକକୁ ଧୋଇ ଦିଅନ୍ତୁ।