ସନ୍ଷ୍ଟାର ଟିଭି ବ୍ୟୁରୋ
ଖଣ୍ଡପଡ଼ା:ସାମାନ୍ୟ ବଚସାରୁ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ାରେ । ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସିଂଘାପଡ଼ା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ । ତେବେ ଗତକାଲି ବୋତଲରେ ପେଟ୍ରୋଲ ଦେବାକୁ ପମ୍ପ କର୍ମଚାରୀ ମନା କରିବାରୁ ଗଡ଼ିଆସାହି ପଞ୍ଚାୟତ ଅଧୀନସ୍ଥ ପଥରଗଣ୍ଡ ଗ୍ରାମର ବାନାମ୍ବର ମାଝୀ(୨୧) ଉତକ୍ଷିପ୍ତ ହେବା ସହ ଟାଙ୍କି ଉଡାଇଦେବାକୁ ଧମକ ଦେଇଥିଲା ।ଆଜି ଭୋର ପ୍ରାୟ ୩.୩୦ସମୟରେ ଉକ୍ତ ଯୁବକ ଏକ ବୋତଲରେ ପେଟ୍ରୋଲ ରଖି ସିଧାସଳଖ କିଓସ୍କ ପଏଣ୍ଟ ଉପରକୁ ଫୋପାଡିଥିଲେ ଏହାଫଳରେ ଉକ୍ତ ମେସିନରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରୁ ଉକ୍ତ ଯୁବକ ଚମ୍ପଟ ମାରିଥିବା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀ ନିଆଁକୁ ଆୟତ କରିଥିବାରୁ ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା । ଅନ୍ୟପକ୍ଷରେ ଟାଙ୍କିରେ ଲାଗିଥିବା ସିସିଟିଭିରେ ଘଟଣାର ସଂପୂର୍ଣ୍ଣ ଦୃଶ୍ୟ ରେକର୍ଡ ହୋଇଥିବା ବେଳେ ଖଣ୍ଡପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନାମିଳିଛି ।