ସନ୍ଷ୍ଟାର ଟିଭି ବ୍ୟୁରୋ
ଆନ୍ଦୋଳନରତ କୃଷକମାନେ ଜାନୁୟାରୀ ୨୬ରେ ଲାଲକିଲ୍ଲା ନୁହେଁ ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିବେ । ଭାରତୀୟ କିଷାନ ୟୁନିୟନର ନେତା ବଲବୀର ସିଂ ରାଜେବାଲ ଆନ୍ଦୋଳନରତ କୃଷକମାନଙ୍କୁ ଏକ ଖୋଲା ଚିଠି ଲେଖି ଜଣାଇଛନ୍ତି କି କେବଳ ହରିୟାଣା ନୁହେଁ ଦିଲ୍ଲୀ ସୀମାରେ ବି ଟ୍ରାକ୍ଟର ରାଲି ହେବ । ଲାଲକିଲ୍ଲାରେ କୃଷକମାନେ ଟ୍ରାକ୍ଟର ରାଲି କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବଲବୀର ସିଂ। ତେବେ ଆନ୍ଦୋଳନ ମଧ୍ୟରେ ସୁପ୍ରିମକୋର୍ଟଙ୍କ କମିଟି ଗଠନ ପ୍ରସ୍ତାବକୁ କୃଷକ ସଂଗଠନମାନେ ବିରୋଧ କରିଛନ୍ତି । ଅନ୍ୟପଟେ ଆସନ୍ତାକାଲି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ନବମ ଥର ପାଇଁ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ବୈଠକରେ ସମାଧାନର ବାଟ ବାହାରିବ ବୋଲି ସରକାର ଆଶା କରୁଛନ୍ତି ।