ସନ୍ଷ୍ଟାର ଟିଭି ବ୍ୟୁରୋ
ଆଉ ଦିନକ ପରେ ରାଜ୍ୟରେ ଆରମ୍ଭ ହେବ କୋଭିଡ୍ ଟିକାକରଣ । ହେଲେ ଏହା ଭିତରେ ସାମନାକୁ ଆସିଛି ସ୍ଵାସ୍ଥ୍ୟକର୍ମୀଙ୍କ ଚେତାବନୀ । ସେମାନଙ୍କ କହିବା ମୁତାବକ ଅନ୍ୟକୁ ଟିକା ଦେବୁ ହେଲେ ନିଜେ ଟିକା ନେବୁନାହିଁ । ତେବେ ପ୍ରାୟ ୧୫ଶହ ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ବା ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ଟିକା ନେବାପାଇଁ ମନା କରିଦେଇଛନ୍ତି । ପଦବୀ ପରିବର୍ତନ ଓ କ୍ୟାଡର ପୁନଃଗଠନ ଦାବିରେ ସିରିନ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ଵାସ୍ଥ୍ୟକର୍ମୀ ଚେତାବନୀ ଦେଇଛନ୍ତି । ଆସନ୍ତା ୧୬ ଟିକାକରଣ ବେଳେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବେ। ଏବଂ ଫେବୃଆରୀ ପହିଲାରୁ କେବଳ କୋଭିଡ୍ ଟିକାକରଣ ଅଭିଯାନରେ ସାହାଯ୍ୟ କରିବେ ହେଲେ ଟିକା ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ।