ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତରେ କରୋନାର ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ତେବେ ଏହା ମଧ୍ୟରେ କୋଭିଡ ୧୦ ଟିକା ମଧ୍ୟ ବାହାରି ସାରିଛି । ଆଉ ଦୁଇ ଦିନ ପରେ ଦେଶବ୍ୟାପୀ ଦିଆଯିବ କରୋନା ଟିକା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ‘କୋଭିଡ୍ ଟିକାକରଣ ଅଭିଯାନ’ର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ତେବେ ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗର ସଦସ୍ୟ ଭି କେ ପର୍ଲ । ଟିକାକରଣ ଅଭିଯାନ ଶୁଭାରମ୍ଭ କରିବା ପରେ, ପ୍ରଧାନମନ୍ତ୍ରୀ କେତେକ ସ୍ଥାନର ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ଲାଇନ୍ରେ କଥାବାର୍ତ୍ତା କରିବେ।
ଏକ ଜାତୀୟସ୍ତରୀୟ ଗଣମାଧ୍ୟମକୁ ଶ୍ରୀ ପଲ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଟିକାକରଣ କର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏ ସଂକ୍ରାନ୍ତରେ ସବିଶେଷ କାର୍ଯ୍ୟାଧାରା ପ୍ରସ୍ତୁତି ହେଉଛି ।
ଶନିବାର ଦିନ ୩ ହଜାର କେନ୍ଦ୍ରରେ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷ ସେବା ପ୍ରଦାନକାରୀ ଟିକା ନେଇସାରିବା ପରେ ବାକି ୨୭୦ ନିୟୁତ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦିଆଯିବ ।