ସନ୍ଷ୍ଟାର ଟିଭି ବ୍ୟୁରୋ
ଟିକାକରଣ ପାଇଁ ସମସ୍ତିଙ୍କ ପାଖକୁ ଏସ୍ଏମ୍ଏସ୍ ଯୋଗେ ସୂଚନା ଦିଆଯିବ । ରାଜ୍ୟରେ ଟିକାକରଣ ନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହାକୁ ନେଇ ସୂଚନା ଦେଇଛନ୍ତି । ଯେଉଁ ସ୍ଵାସ୍ଥ୍ୟକର୍ମୀମାନେ ଟିକାକରଣ ପାଇଁ ନାମ ପଞିକୃତ କରିଛନ୍ତି, ଆଜି ସେମାନଙ୍କୁ ଏସ୍ଏମ୍ଏସ୍ ପଠାଯିବ । କେଉଁଠି ଓ କେତେବେଳେ ଟିକା ନେବେ ସେନେଇ ଆଜି ଆଜି ଏସ୍ଏମ୍ଏସ୍ରେ ସୂଚନା ଦିଆଯିବ । ଏହା ସହ ୪୧ଟି ଡିପ୍ ଫ୍ରିଜର ଆସି ପହଞ୍ଚି ଯାଇଛି ଯାହା ବିଭିନ୍ନ ଜିଲ୍ଲାକୁ ପଠାଯିବ । ତେବେ ପ୍ରତ୍ୟେକ ଜିଲ୍ଲା,କୋଲ୍ଜ ଚେନ୍ ପଏଣ୍ଟରେ ଟିକା ପହଞ୍ଚି ଯାଇଛି । ପ୍ରଥମ ଡୋଜ୍ର ୪୨ଦିନ ପରେ ଓ ଦ୍ଵିତୀୟ ଡୋଜ୍ର ୧୪ ଦିନ ପରେ ଆଣ୍ଟିବଡି ତିଆରି ହେବ । ତେଣୁ ପ୍ରଥମ ଡୋଜ୍ ପରେ କେହି ବ୍ୟକ୍ତି ଆକ୍ରାନ୍ତ ହେଲେ ଦ୍ଵିତୀୟ ଡୋଜ୍ ଦିଆଯିବ ନାହିଁ ।