ସନ୍ଷ୍ଟାର ଟିଭି ବ୍ୟୁରୋ
କଳାହାଣ୍ଡି :ସ୍ଵାଭିମାନ ଅଞ୍ଚଳର ବିକାଶ ପରେ କଳାହାଣ୍ଡିକୁ ପ୍ରଗତି ପଥରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି କଳାହାଣ୍ଡିରେ । କରୋନା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମଙ୍ଗଳପୁରରେ ବହୁ ପ୍ରତୀକ୍ଷିତ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କରି କଳାହାଣ୍ଡିବାସୀଙ୍କୁ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ୧ ହଜାର ୬୪ କୋଟି ୮୬ ଲକ୍ଷ ଟଙ୍କାର ୫୪ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ୧ ହଜାର ୨୦ କୋଟି ୩୪୭ ଲକ୍ଷ ଟଙ୍କାର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।ଜୟପାଟଣା, କୋକସରା ଓ ଧର୍ମଗଡ଼ର 25274 ଦଶମିକ 94 ହେକ୍ଟର ଜମିକୁ ଜଳସେଚନ ହେବା ସହିତ କରିବ। ଏହା ପ୍ରକଳ୍ପ ଦ୍ଵାରା 39ଟି ପଞ୍ଚାୟତ ପ୍ରାୟ 50 ହଜାରରୁ ଉର୍ଦ୍ଧ ଜନତା ଉପକୃତ ହେବେ ।
ତେବେ ଉଦ୍ଘାଟନ ସମାରୋହରେ ଜୟ ମା ମାଣିକେଶ୍ଵରୀରୁ ନିଜ ନିଜର ଭାଷଣ ଆରମ୍ଭ କରି ବିଜୁ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ କରିବା କଥା ମନେପକାଇ ଥିଲେ । କଳାହାଣ୍ଡି କୃଷି କ୍ଷେତ୍ରରେ ଆଗୁଆ ରହିବା ସହିତ ୧୦ ରାଜ୍ୟକୁ ଚାଉଳ ଯୋଗାଉଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।ଦିନେ ଭୋକର ଭୂଗୋଳ ଭାବେ ପରିଚିତ କଳାହାଣ୍ଡି ଆଜି ଦେଶର ଖାଦ୍ୟ ନିରାପତ୍ତାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଭୋକର ଭୂଗୋଳ ଆଜି ଓଡ଼ିଶା ତଥା ଭାରତର ଭାତ ହାଣ୍ଡି ସାଜିଛି ବୋଲି କହିଥିଲେ ନବୀନ ପଟ୍ଟନାୟକ ।