ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ୧୯୩୬ ଏପ୍ରିଲ ୧ ତାରିଖରେ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଭାବେ ପରିଚୟ ପାଇଥିଲା ।ତେବେ ଓଡ଼ିଶା ପ୍ରଦେଶ ଗଠନରେ ଅନେକ ମହୀୟାନ ପୁରୁଷଙ୍କ ଅବଦାନ ରହିଥିଲା । ସେମାନଙ୍କ ମଧ୍ୟରୁ ଅନ୍ୟତମ ମୁଖ୍ୟ ବିନ୍ଧାଣୀ ତଥା ମହାନ୍ ଦେଶଭକ୍ତ ଥିଲେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ । ତେବେ ଆଜି ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଅବସରରେ ଆୟୋଜିତ ହୋଇଥିଲା ଏକ ସମାରୋହ ।
ଆଜି ଅପରାହ୍ନ ୫ଟା ସମୟରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ । ଏହି ସମାରୋହରେ ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଭର୍ଚୁଆଲ୍ ମାଧ୍ୟମରେ ମଧ୍ୟ ଚନ୍ଦ୍ର ଶେଖର ସାହୁ, ପ୍ରମିଳା ବିଶୋୟୀ, ଉଷା ଦେବୀ, ଶ୍ରୀକାନ୍ତ ସାହୁ, ଇତିକା ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ତଥା ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହିଥିଲେ ।