ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:ବିଶ୍ଵରେ କରୋନା କଡା ମୁକାବିଲା ଟିକା ପ୍ରସ୍ତୁତ ହୋଇସାରିଛି । ତେବେ ଜାନୁୟାରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । କୋଭିଡ ଯୋଦ୍ଧାଙ୍କୁ ପ୍ରଥମେ ଏହି ଟିକା ଦିଆଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି । ତେବେ ଦିଲ୍ଲୀବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ।
ସେ ଆଉ ମଧ୍ୟ କହିଛନ୍ତି ଯେ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦେବା ପାଇଁ । ତେବେ ଯଦି କେନ୍ଦ୍ର ସରକାର ଏପରି ନକରନ୍ତି ଆବଶ୍ୟକ ପଡିଲେ ଦିଲ୍ଲୀ ସରକାର ମାଗଣାରେ ରେ ଦିଲ୍ଲୀର ସାଧାରଣ ଜନତାଙ୍କୁ କରୋନା ଟିକା ଦେବେ ବୋଲି କହିଛନ୍ତି କେଜ୍ରିଓ୍ଵାଲ ।ତେବେ ଯେ କରୋନା ଟିକାକରଣକୁ ନେଇ କୌଣସି ଭୁଲ୍ ତଥ୍ୟ ନଦେବାକୁ ସେ ଦିଲ୍ଲୀବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
 
I request everyone to not spread misinformation about #CovidVaccine. I had appealed to Central govt that COVID vaccination should be provided free of cost to all. If Centre does not do it and a need arises, the vaccine will be provided for free to people of Delhi: CM Kejriwal https://t.co/GgfvoWBbLA
— ANI (@ANI) January 13, 2021
;