ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜାତୀୟ ପୋଲିଓ ଟିକାକରଣ ଅଭିଯାନ ଜାନୁୟାରୀ ୧୭ ତାରିଖରେ ନିର୍ଦ୍ଧାରିତ ହୋଇଥିବାବେଳେ କେନ୍ଦ୍ର ସରକାର ଏହାକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀମାନଙ୍କସୂତ୍ରରୁ ଏହା ଜଣାପଡ଼ିଛି। ସାରା ଦେଶରେ ଜାନୁୟାରୀ ୧୬ ତାରିଖ ଶନିବାର ଦିନ କୋଭିଡ୍-୧୯ ଟିକାକରଣ ଅଭିଯାନ ଆରମ୍ଭ ହେଉଥିବାରୁ ସରକାର ଏଭଳି ନେଇଥିବା କୁହାଯାଉଛି। ପୋଲିଓ ଟିକାକରଣ ପ୍ରତିବର୍ଷ ଜାନୁୟାରୀରେ ଆରମ୍ଭ ହୋଇ ବର୍ଷର ଦ୍ୱିତୀୟାର୍ଦ୍ଧରେ ଶେଷ ହେଉଥିବାବେଳେ ଏଥର କୋଭିଡ୍-୧୯ ଟିକାକରଣ ମଧ୍ୟ ଜାନୁୟାରୀରୁ ଆରମ୍ବ ହେଉଛି । ତେଣୁ ଭଭୟ ଟିକାକରଣ ପାଖାପାଖି ପଡୁଥିବାରୁ ପରିଚାଳନାଗତ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।ବର୍ତ୍ତମାନ ପାଇଁ ପୋଲିଓ ଟିକାରକରଣ ସ୍ଥଗିତ ରଖିବାକୁ ଗତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟିକାକରଣ ବିଭାଗ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଜଣାଇଥିଲା।
ପରବର୍ତ୍ତୀ ନୋଟିସ୍ ପାଇବାଯାଏଁ ପୋଲିଓ ଟିକାକରଣ ସ୍ଥଗିତ ରଖିବାକୁ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କ ପାଖକୁ ଜାନୁୟାରୀ ୯ ତାରିଖ ଦିନ ଏହି ଚିଠି ଜାରି କରାଯାଇଥିଲା। କିନ୍ତୁ, ଏହି ସ୍ଥଗିତାଦେଶ ସାମୟିକ। କୋଭିଡ୍-୧୯ ଟିକାକରଣ କଥା ବୁଝା ସରିବା ପରେ ପରେ ପୋଲିଓ ଟିକାକରଣ ଆରମ୍ଭ ହେବ।