ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନକୁ ପ୍ରଦାନ କରାଯାଇଛି କାୟାକଳ୍ପ ପୁରସ୍କାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଭର୍ଚୁଆଲ ମୋଡ଼୍ରେ ଓଡ଼ିଶାର ସ୍ୱାସ୍ଥ୍ୟାନୁଷ୍ଠାନକୁ ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୯-୨୦ ବର୍ଷରେ କାଟେଗୋରି Bରେ ସ୍ୱଚ୍ଛତାରେ ପ୍ରଥମ ସ୍ଥାନ ହାସଲ କରିଛି ଭୁବନେଶ୍ୱର ଏମ୍ସ । ବି ଶ୍ରେଣୀର ୩୪ଟି ହସ୍ପିଟାଲକୁ ପଛରେ ପକାଇ ଏମ୍ସ୍ ଶ୍ରେଷ୍ଠତ୍ଵ ହାସଲ କରିପାରିଛି । ବିଶୋଧନ, ସ୍ଵଚ୍ଛ ପରିବେଶ, ବର୍ଜ୍ୟ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସର୍ପୋର୍ଟ ସର୍ଭିସ ଓ ହାଇଜିନ ପ୍ରମୋସନ ଭଳି କ୍ଷେତ୍ରକୁ ବିଚାର କରାଯାଇ ଏହି ହସ୍ପିଟାଲକୁ କାୟାକଳ୍ପ ପୁରସ୍କାର ଦିଆଯାଇଛି । ତେବେ ଏମ୍ସ ଲରାତର ଭାବରେ ୩ ବର୍ଷ ଧରି ଏହି ସମ୍ମାନର ଅଧିକାରୀ ହୋଇପାରିଛି ।
ସ୍ୱଚ୍ଛ ଓ ସୁରକ୍ଷିତ ପରିବେଶରେ ରୋଗୀସେବା ପାଇଁ ଏମ୍ସକୁ କାୟାକଳ୍ପ ଆଓ୍ୱାର୍ଡ ସହ ୨ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ସେହିପରି DHH ବର୍ଗରେ ଅନୁଗୁଳ ବିଜେତା ହୋଇଥିବା ବେଳେ କଳାହାଣ୍ଡି ରନର୍ସଅପ୍ ଭାବେ ଆଓ୍ୱାର୍ଡ ପାଇଛି। SDH/ CHC ବର୍ଗରେ ମୟୂରଭଞ୍ଜର ରାଇରଙ୍ଗପୁର SDH ପୁରସ୍କୃତ ହୋଇଛି ।୨୦୧୯-୨୦ ବର୍ଷ ଲାଗି ୧୯ଟି DHH, ୭୮ଟି SDH/CHC, ୬୬ଟି ଅର୍ବାନ PHC, ୧୫୬ଟି PHC, ୧୮ଟି HWC ସବ୍ ସେଣ୍ଟରକୁ କାୟାକଳ୍ପ ଆଓ୍ୱାର୍ଡ ପ୍ରଦାନ କରାଯାଇଛି।
Today (12-01-2021) @drharshvardhan, Hon’ble Minister, @MoHFW_INDIA felicitated the Kayakalp award winning hospitals on virtual mode. From Odisha, DHH,Angul n DHH, Kalahandi felicitated as Kayakalp winner & runners up respectively in DHH category. pic.twitter.com/yBnVvSEeRU
— NHM Odisha (@nhmodisha) January 12, 2021