ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜିକାଲି ବ୍ୟସ୍ତ ବହୁଳତା ସମୟରେ କେଶର ଯତ୍ନ ନେବା କଷ୍ଟକର ହୋଇପଡ଼ିଛି । ତେଣୁ କେଶ ଝଡ଼ିବା୍, ରୂପି ସମସ୍ୟା , କେଶ ଫାଟିବା ଆଦି ନାନା ପ୍ରକାର କେଶ ସମସ୍ୟା ଦେଖାଯାଇଥାଏ । ତେବେ ପ୍ରତି ଦୁଇ ଦିନକୁ ଥରେ କେଶମୂଳରେ ତେଲ ଲଗାଇବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ।
କେଶର ମୂଳରେ ତେଲ ମାଲିସ କରିବା ଦ୍ୱାରା ମୁଣ୍ଡବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ତେଲ ଲଗାଇଲେ ଭଲ ନିଦ ହୋଇଥାଏ। ଏବଂ କେଶର ଘନତ୍ଵ ମଧ୍ୟ ବଢିଥାଏ।
ତେଲ ସବୁ ସମୟରେ ଲଗାଇବା ସମ୍ଭବ ନୁହେଁ କାରଣ ତେଲ ଲଗାଇ ବାହାରକୁ ଯିବା ସଭିଁଙ୍କୁ ପସନ୍ଦ ନୁହେଁ। ତେଣୁ ସାମ୍ପୋ କରିବା ୨ ଘଣ୍ଟା ପୂର୍ବରୁ ତେଲ ଲଗାଇବା ଉଚିତ। ତେଲକୁ କେଶମୂଳରେ ମାଲିସ କରି ଲଗାଇବା ଆବଶ୍ୟକ। ନିଜ ପସନ୍ଦ ମୁତାବକ ତେଲର ବ୍ୟବହାର କରିପାରିବେ। ମାତ୍ର ହରବଲ କିମ୍ବା ଔଷଧୀୟ ତେଲ ବ୍ୟବହାର କରିବା ଆବଶ୍ୟକ। ତେଲ ଲଗାଇ ବାହାରକୁ ଯିବା ମଧ୍ୟ ଅନୁଚିତ। କାରଣ ବାହାରର ଧୂଳି ଚୁଟିରେ ଲାଗିଯାଏ । ଯାହା ଫଳରେ କେଶ ଅଥିକ ପରିମାଣରେ ଝଡ଼ିଥାଏ। ରାତିରେ କେଶ ମୂଳରେ ତେଲ ମାଲିସ କରିବା ଦ୍ୱାରା ମସ୍ତିଷ୍କରେ ଭଲ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ ଆମକୁ ଚିଡ଼୍ଚିଡ଼ା , ବିରକ୍ତଭାବ କମ ହୋଇଥାଏ। କେଶ ମୂଳରେ ତେଲ ମାଲିସ କରିବା ପରେ ତୁରନ୍ତ ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇ କେଶ ଝଡ଼ିଥାଏ। କିଛି ସମୟ ପରେ କେଶ କୁଣ୍ଡାଇପାରିବେ। କେଶରେ ତେଲ ଲଗାଇବା ଅର୍ଥ ନୁହେଁ, ଅତ୍ୟଧିକ ମାତ୍ରାରେ ଲଗାଇବା। ତେଲକୁ ସର୍ବଦା କେଶ ମୂଳରେ ଅଳ୍ପ ମାତ୍ରାରେ ଧିରେ ଧିରେ ମାଲିସ କରି ଲଗାନ୍ତୁ। ସାମ୍ପୁ ଲଗାଇବାର ୨ ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ।
ତେଲ ଲଗାଇବା ପରେ ସଙ୍ଗେ ସଙ୍ଗେ ସାମ୍ପୁରେ ସଫା କରନ୍ତୁ ନାହିଁ। ଅତି ଜୋରରେ ସାମ୍ପୁ କରନ୍ତୁ ନାହିଁ। ତେଲ ଲଗାଇ କେଶକୁ ଅତି ଜୋରରେ ବାନ୍ଧନ୍ତୁ ନାହିଁ।
ତେଲ ଲଗାଇବା ପରେ ଅନ୍ୟ କୌଣସି ଜିନିଷ ଯେପରି ସିରମ, ହେୟାର ସ୍ପ୍ରେ ଆଦି କେଶରେ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ପାଇଁ କ୍ଷତିକାରକ ହୋଇଥାଏ।