ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବାହାଘରକୁ ନେଇ କରୋନା କଟକଣା ଉପରେ କୋହଳ କରିଲେ ସରକାର । ବର୍ତ୍ତମାନ ବାହାଘରରେ ପ୍ରସେସନକୁ ଅନୁମତି ମିଳିଥିବା ବେଳେ ଏହି ପ୍ରସେସନରେ ବର, କନ୍ୟା, ବ୍ରାହ୍ମଣ ଓ ସମ୍ପର୍କୀୟ ଯାଇପାରିବେ ବୋଲି ରାଜ୍ୟସରକାର ଅନୁମତି ଦେଇଛନ୍ତି । ସାମାଜିକ ଦୂରତା ନିୟମକୁ ପାଳନ କରି ବାଜା ରୋଷଣୀ ସହ ମଧ୍ୟ ବରଯାତ୍ରୀ ଯାଇପାରିବେ । ହେଲେ ସମାବେଶକୁ ନେଇ ପୂର୍ବ ନିର୍ଦ୍ଦେଶନାମା ଜାରି ରହିବ । ଏନେଇ ସବୁ ଜିଲ୍ଲାପାଳ ,ଏସପି, ମ୍ୟୁନିସିପାଲ କମିସନରଙ୍କୁ ଚିଠି ଦିଆଯାଇଛି । ଏହା ସହ ଦୈତନଗର ପୋଲିସ କମିଶନରଙ୍କୁ ମଧ୍ୟ ଏସ୍ଆର୍ସି ଚିଠି ଲେଖିଛନ୍ତି ।