ସନ୍ଷ୍ଟାର ଟିଭି ବ୍ୟୁରୋ
ଆଠଗଡ: ମକର ସଂକ୍ରାନ୍ତିରେ ଶ୍ରୀ ଧବଳେଶ୍ଵରଙ୍କ ଦର୍ଶନ ପାଇବେ ନାହିଁ ଶ୍ରଦ୍ଧାଳୁ । ଧବଳେଶ୍ଵର ମନ୍ଦିରର ଆଖପାଖରେ ୧୪୪ ଧାରା ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ।ମକର ସଂକ୍ରାନ୍ତି ଦିନ ସକାଳ ୫ ଟାରୁ ରାତି ୧୦ ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ । ଶୈବପୀଠରେ ମକର ସଂକ୍ରାନ୍ତିରେ ହେଉଥିବା ଭିଡକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ।
ସୂଚନାଯୋଗ୍ୟ, ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହୋଇଛି ଆଠଗଡ଼ର ପ୍ରସିଦ୍ଧ ଶୈବ କ୍ଷେତ୍ର ଧବଳେଶ୍ଵର ପୀଠରେ ସାଧାରଣ ଭକ୍ତଙ୍କ ଦର୍ଶନ । କରୋନା ସଂକ୍ରମଣ ଯୋଗୁଁ ଗତ ୧୦ ମାସ ହେଲା ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ଥିଲା ।
। ପ୍ରଶାସନ ତରଫରୁ ସାଧାରଣ ଦର୍ଶନ ନିମନ୍ତେ ଜାରି ହୋଇଥିବା ନିୟମ ଅନୁଯାୟୀ ଶ୍ରଦ୍ଧାଳୁମାନେ ପୀଠକୁ ଆସି ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଝୁଲାପୋଲ ପ୍ରବେଶ ପୂର୍ବରୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଛି । ଗୋଟିଏ ଥରରେ ୫୦ଜଣ ଶ୍ରଦ୍ଧାଳୁଙ୍କୁ ୬ଫୁଟ୍ ବ୍ୟବଧାନରେ ଦର୍ଶନ ନିମନ୍ତେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ପରିଧାନ ଓ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ଦିବସରେ ପ୍ରାୟ ୧ ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ମିଳିଛି ।