ସନ୍ଷ୍ଟାର ଟିଭି ବ୍ୟୁରୋ
ରାୟପୁର: ଛତିଶଗଡ଼ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ସୁବ୍ରତ ସାହୁ । ସେ ୧୯୯୨ ବ୍ୟାଚ୍ର IAS ଅଧିକାରୀ ଅଟନ୍ତି । ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ IAS ସୁବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି।
ସୁବ୍ରତ ସାହୁ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୃହ ଓ ଜେଲ ପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ, ଆଇଟି, ବାଣିଜ୍ୟ ଏବଂ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉଛନ୍ତି। ଏହାପୂର୍ବରୁ ସେ ଛତିଶଗଡ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଦକ୍ଷତା ଓ ସ୍ୱଚ୍ଛତାର ସହିତ ନିର୍ବାଚନ ପରିଚାଳନା କରିଥିଲେ।
ନିର୍ବାଚନ ପରିଚାଳନାରେ ନିଜର ଦକ୍ଷତା ଓ ସ୍ୱଚ୍ଛତାର ପରିଚୟ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପୁରସ୍କୃତ ହୋଇଥିଲେ ସୁବ୍ରତ ସାହୁ