ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି କରୋନା ଟିକାକରଣକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଥିଲେ ମୋଦି । ସେ ଏଠାରେ ସୂଚନା ଦେଇଛନ୍ତି, ଆସନ୍ତା ୧୬ତାରିଖରେ ସାରା ଦେଶବାସୀଙ୍କୁ କରୋନା ଟିକା ମିଳିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସାରା ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ପ୍ରଥମେ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯିବ, ଦ୍ଵିତୀୟ ପର୍ଯ୍ୟାୟରେ ବୟସ୍କମାନଙ୍କୁ ଟିକା ମିଳିବ ବୋଲି ମୋଦି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଦେଶର ସମସ୍ତ ଜିଲ୍ଲାରେ ଡ୍ରାଏରନ୍ ଶେଷ ହୋଇଯାଇଛି । ୩ କୋଟି କରୋନା ଯୋଦ୍ଧାଙ୍କ ଟିକାର ଖର୍ଚ୍ଚ କେନ୍ଦ୍ର ସରକାର କରିବେ । ତେଣୁ ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ଵାସ୍ଥ୍ୟକର୍ମୀଙ୍କୁ ମାଗଣାରେ ମିଳିବ କରୋନା ଟିକା । ଏବେ ଦେଶରେ ଦୁଇଟି କରୋନା ଟିକା ଭରସାଯୋଗ୍ୟ ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ଭ୍ୟାକସିନ୍କୁ ନେଇ ଗୁଜବ ଉପରେ ବିଶ୍ଵାସ ନ କରିବା ପାଇଁ ମଧ୍ୟ ସେ କହିଛନ୍ତି । ମୋଦି ଏହା ମଧ୍ୟ କହିଛନ୍ତି ଯେ, ୩୦ କୋଟି ଲୋକଙ୍କର ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଛି । ୫୦ ବର୍ଷରୁ କମ୍ ଗୁରୁତର ରୋଗୀଙ୍କୁ ବି ଟିକାକରଣ ଦିଆଯିବ ।ଏହା ସହ ଟିକା ପାଇଥିବା ଲୋକଙ୍କୁ ଡିଜିଟାଲ ସାର୍ଟିଫିକେଟ ମଧ୍ୟ ଦିଆଯିବ । ଏଥିପାଇଁ ଟିକାକରଣର ବୁଥ୍ ସ୍ତରରେ ରଣନୀତି ପ୍ରସ୍ତୁତି ଚାଲିଛି ।