ସନ୍ଷ୍ଟାର ଟିଭି ବ୍ୟୁରୋ
ଶୀତଦିନେ ତ୍ଵଚା ଶୁଷ୍କ ଯୋଗୁଁ କେତେଜଣଙ୍କ ଠାରେ ବ୍ରଣ, ଦାଗ ସମସ୍ୟା ଦେଖାଯାଏ। ହେଲେ ଏଥିରେ ବ୍ୟସ୍ତ ନହୋଇ କିଛି ସରଳ ଏବଂ ଘରୋଇ ଉପଚାର କଲେ ବ୍ରଣ କମ୍ ହୁଏ। ଏହି ଋତୁରେ ନିଜ ଖାଦ୍ୟପାନୀୟ ଉପରେ ଗୁରୁତ୍ବ ଦିଅନ୍ତୁ, ଶୋଷ ନ ହେଉଥିଲେ ମଧ୍ୟ ଦିନକୁ ୯-୧୦ ଗିଲାସ ପାଣି ପିଇବାର ଅଭ୍ୟାସ କରନ୍ତୁ। ଉଷୁମ ପାଣି ପ୍ରତିଦିନ ପିଇଲେ ତ୍ବଚା ଓ କେଶର ଅନେକ ସମସ୍ୟାର ସମାଧାନ ହୁଏ।
- କଞ୍ଚା ଖିରରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ତ୍ବଚାକୁ ଭଲରେ ପୋଛି ମଏଶ୍ଚରାଇଜର୍ ଲଗାଇନେବେ। ତ୍ଵଚା ଶୁଷ୍କ ହେଲେ ବ୍ରଣ ଏଇ ଦିନେ ବଢ଼ିବାର ସମସ୍ୟା ଉପୁଜେ।
- ଘି-କୁଆଁରୀ ରସରେ ମହୁ ଅଳ୍ପ ମିଶାଇ ତ୍ବଚାରେ ଲଗାଇ କିଛି ସମୟ ପରେ ଧୋଇନେବେ। ହେଲେ ସକାଳବେଳା ଏହି ପ୍ୟାକ୍ ଲଗାଇବେ ନଚେତ୍ ଥଣ୍ଡା ହେବାର ସମ୍ଭାବନା ଥାଏ ।
- ବେସନରେ ମହୁ ଓ ଖିର ସର ମିଶାଇ ତ୍ଵଚାରେ ପ୍ୟାକ୍ ଭଳି ଲଗାନ୍ତୁ। ଏହା ଶୁଖିବା ପରେ ମୁହଁକୁ ଧୋଇନେବେ । ବ୍ରଣ ସମସ୍ୟାରୁ ରକ୍ଷା ପାଇବା ନିମନ୍ତେ ଏହା ଏକ ଭଲ ପ୍ୟାକ୍ ଭାବେ କାମ କରେ ।
- ଶୀତଦିନେ ସପ୍ତାହକୁ ଥରେ ତ୍ଵଚା ସ୍କ୍ରବ୍ କରନ୍ତୁ, ଅଧିକ ଥର ସ୍କ୍ରବ୍ କଲେ ବ୍ରଣ ସମସ୍ୟା ବଢ଼ିପାରେ ବୋଲି ଏନେକ ବିଉଟିସିଆନ୍ ମତ ଦେଇଛନ୍ତି।
- ବାହାରୁ ଆସିବା ପରେ ତ୍ଵଚାକୁ ଭଲରେ ଧୋଇ ମଏଶ୍ଚରାଇଜର୍, ଟୋନର୍ ଲଗାଇବାକୁ ଯେପରି ନ ଭୁଲିବେ। ଏହି ଋତୁରେ ତ୍ଵଚାକୁ ଏଭଳି ଉପାୟରେ ପୋଷଣ ଦେବା ଜରୁରୀ।