ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ସାଇବର ଠକେଇ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହା ଭିତରେ ଖବର ମିଳିଛି ଯେ,ସାଇବରଫ୍ରଡ୍ ଟଙ୍କା ଫେରି ଆସିଛି । ଅଭିଯୋଗକାରୀ ପ୍ରଥମ ଥର ପାଇଁ ସାଇବର ଠକେଇ ଟଙ୍କା ଫେରିପାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଦୁର୍ବୃତ୍ତ ଜଣକ ସହିଦନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଓଟିପି ମାଗି ୫୩ ହଜାର ଟଙ୍କା ଠକି ନେଇଥିଲେ। ଠକେଇ ହେବାର ଗୋଲଡେନ ପିରିୟଡ ଭିତରେ ଅର୍ଥାତ ଘଣ୍ଟାଏ ଭିତରେ ଅଭିଯୋଗକାରୀ ସାଇବର ସେଲକୁ କଲ କରି ସମ୍ପୂର୍ଣ୍ଣ ଘଟଣା ସଂପର୍କରେ ଜଣାଇଥିଲେ । ତେବେ ଗତ ଦୁଇ ଦିନ ତଳେ ଅର୍ଥାତ୍ ୯ ତାରିଖରେ ଏହି ଘଟଣା ଘଟିଥିଲା।