ସନ୍ଷ୍ଟାର ଟିଭି ବ୍ୟୁରୋ
ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିବା ତୃତୀୟ ଟେଷ୍ଟ ମ୍ୟାଚର ଫଳାଫଳ ଡ୍ର ରହିଛି । ତେବେ ଏହି ମ୍ୟାଚ ଖୁବ ରୋମାଞ୍ଚକର ରହିଥିଲା । ଆଜି ଶେଷ ହୋଇଥିବା ଏହି ମ୍ୟାଚ୍ରେ ଦୁଇ ବୋଲର୍ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଆକର୍ଷଣୀୟ ବ୍ୟାଟିଙ୍ଗ୍ ପାଇଁ ଭାରତ ପରାଜୟ ହେବାରୁ ବଞ୍ଚି ପାରିଛି ।
୧୬୧ଟି ବଲ୍ର ସମ୍ମୁଖୀନ ହୋଇ ବିହାରୀ ୨୩ ରନ୍ କରିଥିବା ବେଳେ ୧୨୮ ବଲ୍ ଖେଳି ଅଶ୍ୱିନୀ ୩୯ ରନ୍ ସଂଗ୍ରହ କରିଛନ୍ତି। ୧୩୧ ଓଭର୍ ଖେଳି ୫ ଓ୍ଵିକେଟ୍ ବିନିମୟରେ ଭାରତ ୩୩୪ ରନ୍ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରିଥିଲା। ଭାରତ ଏହାର ଜବାବରେ ମାତ୍ର ୨୪୪ ରନ୍ କରି ସମସ୍ତ ଉଇକେଟ୍ ହରାଇଥିଲା। ଏହାପେରେ ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ୬ ଉଇକେଟ ହରାଇ ୩୧୨ ରନ୍ କରି ପାଳି ଘୋଷଣା କରିଥିଲା। ଏହପରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରି ପରାଜୟ ଏଡାଇବାକୁ ଉଦ୍ୟମ କରିଥିଲା। ଶେଷରେ ୫ ଉଇକେଟ ହରାଇ ୩୩୪ ରନ୍ କରି ଭାରତ ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା।
ଦ୍ବିତୀୟ ଇନିଂସରେ ଚେତେଶ୍ୱର ପୂଜାରା ୨୦୫ ବଲ୍ରେ ୭୭ ରନ୍ ଓ ଋଷଭ ପନ୍ତ ୧୧୮ ବଲ୍ରେ ୯୭ ରନ୍ ସଂଗ୍ରହ କରି ଭାରତର ମୁକାବିଲାକୁ ଆଗେଇ ନେଇଥିଲେ। ଏହା ପୂର୍ବରୁ ଅଧିନାୟକ ଅଜିଙ୍କ୍ୟ ରାହାଣେ ମାତ୍ର ୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହପରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ପରାଜୟ ଏଡ଼ାଇ ଥିଲେ।
ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ସିରିଜ୍ ୧-୧ରେ ସମାନ ରହିଛି ତେବେ ଶେଷ ମ୍ୟାଚ ଜାନୁଆରି ୧୫ ତାରିଖରେ ଗ୍ୟାବାରେ ଖେଳ ଅନୁଷ୍ଠିତ ହେବାକୁ ଯାଉଛି ଓ ଏହି ମ୍ୟାଚ ନିର୍ଣ୍ଣାୟକ ଭୂମିକା ନେବ ।