ସନ୍ଷ୍ଚାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦୀର୍ଘ ଦିନର ଚାଷୀ ଆନ୍ଦୋଳନ ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମକୋର୍ଟ ଆଜି କୃଷକ ଆନ୍ଦୋଳନର ଶୁଣାଣି କରିବାକୁ ଯାଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।କୃଷକ ଆନ୍ଦୋଳନକୁ ହଟାଇବା ପାଇଁ ଆପଣ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ କେନ୍ଦ୍ର ସରକାର ଉତ୍ତର ଦେବାକୁ ଯାଇ କହିଥିଲେ ୪୧ କୃଷକ ସଂଗଠନ ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ।
ଯେଉଁଭଳି ଭାବେ ସରକାର ପୂରା ମାମଲାକୁ ପରିଚାଳନା କରୁଛନ୍ତି, ତାହା ନିରାଶ ଜନକ ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି । ବିଲ୍ କେମିତି ପାସ କରାଗଲା, ସେନେଇ ସୁପ୍ରିମକୋର୍ଟ କିଛି ଜାଣିନାହାନ୍ତି । ଏଯାଏଁ ଗୋଟିଏ ବି ଦଲିଲ ଆସିନାହିଁ ଯେଉଁଥିରେ ଏହି ଆଇନ୍ର ପ୍ରଶଂସା କରାଯାଇଛି । ବିଚାରପତିଙ୍କ ଖଣ୍ଡପୀଠ ଆଉ ମଧ୍ୟ କହିଛନ୍ତି ଯେ ଆମେ ଏହି କୃଷି ମାମଲାରେ ବିଷୟରେ ବିଜ୍ଞ ନୁହଁ । କିନ୍ତୁ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଯଥାଶିଘ୍ର କୌଣସି ପଦକ୍ଷେପ ନିଅନ୍ତୁ ନଚେତ ନ୍ୟାୟାଳୟ ନିଜ କାମ କରିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ସୁପ୍ରିମ କୋର୍ଟ ।