ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ମହିଳା ପାଇଲଟ । ଏୟାର ଇଣ୍ଡିଆର ମହିଳା ପାଇଲଟ କ୍ୟାପଟେନ୍ ଜୋୟା ଅଗ୍ରଓ୍ୱାଲ ଓ ତାଙ୍କ ଟିମ୍ ଦୁନିଆର ଦୀର୍ଘତମ ରୁଟ୍ରେ ବିମାନ ଚଳାଇ ଇତିହାସ ପୃଷ୍ଠାରେ ସ୍ଵର୍ଣ୍ଣିମ ଅକ୍ଷରରେ ନିଜର ନାମ ଲିପିବଦ୍ଧ କରିବାରେ ସକ୍ଷମ ହୋଇ ପାରିଛନ୍ତି ।
ସୂଚନା ଅନୁଯାୟୀ, ଆମେରିକାର ସେନ୍ ଫ୍ରାନ୍ସିକୋ ସହରରୁ ଉଡ଼ାଣ ଭରିଥିବା ଏହି ବିମାନ ନର୍ଥ ପୋଲ ଦେଇ ବାଙ୍ଗାଲୁରୁରେ ପହଞ୍ଚିଛି | ଏହି ସମୟ ମଧ୍ୟରେ ବିମାନଟି ୧୬ ହଜାର କିଲୋମିଟର ଦୂର ଅତିକ୍ରମ କରିଛି | ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିଲା | କିଛି କିଛି ସମୟ ବ୍ୟବଧାନରେ ଏୟାର ଇଣ୍ଡିଆ ଟୁଇଟରରେ ବିମାନର ଲୋକେଶନ ନେଇ ସୂଚନା ମଧ୍ୟ ଦିଆଯାଉଥିଲା ।
#FlyAI : Welcome Home
Capt Zoya Agarwal, Capt Papagiri Thanmei, Capt Akanksha & Capt Shivani after completing a landmark journey with touchdown @BLRAirport.Kudos for making Air India proud.
We also congratulate passengers of AI176 for being part of this historic moment. pic.twitter.com/UFUjvvG01h
— Air India (@airindiain) January 10, 2021
ଏହି ଟିମ୍ରେ କ୍ୟାପଟେନ୍ ଜୋୟାଙ୍କ ସହ କ୍ୟାପଟେନ୍ ପାପାଗାରୀ ଥାଇମନ, କ୍ୟାପଟେନ୍ ଆକାଂକ୍ଷା ଓ କ୍ୟାପଟେନ୍ ଶିବାନୀ ସାମିଲ ଥିଲେ | ତେବେ ଉଡାଣ ପରେ କ୍ୟାପଟେନ ଜୋୟା ଅଗ୍ରଓ୍ଵାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଏକ ନୂତନ ଇତିହାସ ରଚନା କରିଥିବାରୁ ବହୁତ ଖୁସି ଓ ଗର୍ବୀତ ଅଛୁ । ତେବେ ଏହି ଐତିହାସିକ ଯାତ୍ରା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ତେବେ ଉଡାଣ ପରେ କ୍ୟାପଟେନ ଜୋୟା ଅଗ୍ରଓ୍ଵାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ଏକ ନୂତନ ଇତିହାସ ରଚନା କରିଥିବାରୁ ବହୁତ ଖୁସି ଓ ଗର୍ବୀତ ଅଛୁ ମହିଳା କ୍ୟାପଟେନ୍ ଟିମ୍ର ଏହି ଐତିହାସିକ ଯାତ୍ରା ସମ୍ପର୍କରେ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟ କରାଯାଇଛି | ଓ୍ୱେଲକମ୍ ହୋମ୍, ମହିଳା ପାଇଲଟ୍ ଟିମ୍କୁ ନେଇ ଭାରତ ଗର୍ବିତ |
In a moment to cherish & celebrate, women professionals of Indian civil aviation create history.
Heartiest Congratulations to Capt Zoya Aggarwal, Capt Papagari Thanmai, Capt Akansha Sonaware & Capt Shivani for flying over North Pole to land in Bengaluru from San Francisco. pic.twitter.com/P6EvJChMGB
— Hardeep Singh Puri (@HardeepSPuri) January 11, 2021