ସନ୍ଷ୍ଟାର ଟିଭି ବ୍ୟୁରୋ
ଲଦାଖ: ଭାରତ ଓ ଚୀନ ସୀମାରେଖାରେ ଦୀର୍ଘ ଦିନ ଧରି ଭାରତ ଓ ଚୀନ ସୈନମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଭାରତୀୟ ସୀମାରେଖାରେ ଚୀନ ସୀମାନ୍ତରେ ଜଗିଥିବା PLAର ଜଣେ ସୈନିକ ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି । LAC ମଧ୍ୟକୁ ପ୍ରବେଶ ସମୟରେ ଭାରତୀୟ ଯବାନ ମାନେ ମଧ୍ୟ ତାଙ୍କୁ ଧରିଥିଲେ ।
ଜଣେ ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ସେହି ସୈନିକ ଜଣଙ୍କ ୮ ଜାନୁୟାରୀ ଦିନ ସକାଳ ସମୟରେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପଟେ LAC ପାର କରି ଭାରତୀୟ ସୀମାରେଖା ମଧ୍ୟରେ ପ୍ରବେଶ କରିଥିଲା । ସେଠାରେ ନିୟୋଜିତ ସୈନିକମାନେ ତାଙ୍କୁ ଧରିଥିଲେ । ତେବେ ଏବେ ତାଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି ।