ସନ୍ଷ୍ଟାର ଟିଭି ବ୍ୟୁରୋ
ଦୁନିଆରେ ଲୋକମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ସଉକ ରହିଛି । କାହାକୁ ଭଲ ଖାଇବା ତ କାହାରକୁ ଭଲ ପିନ୍ଧିବାକୁ ଭଲ ଲାଗିଥାଏ । ତେବେ ସାରା ରୋବିନ୍ସ ନାମକ ଜଣେ ମହିଳା ପୋଷାକକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ସେ ଗୋଟିଏ ଡ୍ରେସକୁ ୧୦୦ ଦିନ ପିନ୍ଧି ବେଶ୍ ଚର୍ଚ୍ଚିତ ହୋଇପାରିଛନ୍ତି ।
ତେବେ ସାରା ଏକ ଡ୍ରେସ ଚ୍ୟାଲେଞରେ ଭାଗ ନେଇଥିଲେ । ସେହି ଚ୍ୟାଲେଞ ଅନୁସାରେ ତାଙ୍କୁ ୧୦୦ ଦିନ ଯାଏଁ ଗୋଟିଏ ଡ୍ରେସ ପିନ୍ଧିବାକୁ ପଡିଥିଲା । ଗତ ୧୬ ସେପ୍ଟେମ୍ବର୨୦୨୦ରେ ସେ ଏହି ଚ୍ୟାଲେଞରେ ଭାଗ ନେଇଥିଲେ । ସେହି ଗୋଟିଏ ଡ୍ରେସକୁ ଶହେ ଦିନ ଯାଏଁ ପିନ୍ଧି ସାରା ନିଜର ସମସ୍ତ କାମ କରିଥିଲେ, ଏପରିକି ଅନେକ ଗୁଡିଏ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ସାରା ସେହି ଗୋଟିଏ ଡ୍ରେସକୁ ଭିନ୍ନ ଭିନ୍ନ ପ୍ରକାରରେ ପିନ୍ଧିଥିଲେ । ସେ ସେହି ଟପକୁ କେତେବେଳେ ସ୍କଟ ସହ ତ ପୁଣି କେତେବେଳେ ପ୍ୟାଣ୍ଟ ସହ ପିନ୍ଧୁଥିଲେ ।
ଗତ ବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଶହେ ଦିନର ଡ୍ରେସ ଚ୍ୟାଲେଞ୍ଜକୁ କପଡା କମ୍ପାନୀ ବ୍ରାଣ୍ଡ ବୁଲ ଆଣ୍ଡ ଆରମ୍ଭ କରିଥିଲା। ଡ୍ରେସ୍ ଅଧିକ ଧୋଇଲେ ପୃଥିବୀକୁ ହେବାକୁ ଥିବା କ୍ଷତିରୁ ରକ୍ଷା କରିବା, ଏହି ଚ୍ୟାଲେଞ୍ଜର ଉଦ୍ଧେଶ୍ୟ ଥିଲା। ଏହି ଡ୍ରେସ୍ ଚ୍ୟାଲେଞ୍ଜରେ ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କୁ ବିଜୟୀ ହେବା ପରେ ଡ୍ରେସ୍ କିଣିବାକୁ ୧୦୦ ଆମେରିକୀୟ ଡଲାରର ଭାଉଚର ମିଳିଛି । କେବଳ ଗୋଟିଏ ଡ୍ରେସ ପିନ୍ଧି ରହିବା ଏହି ଚ୍ୟାଲେଞ୍ଜର ଉଦ୍ଦେଶ୍ୟ ନଥିଲା ବରଂ, ଏହାଦ୍ୱାରା ପୋଷାକ ପସ୍ତୁତିର ମୂଲ୍ୟ ହ୍ରାସ କରିବା ସହ ଏହାକୁ ଧୋଇବା ଖର୍ଚ୍ଚ ମଧ୍ୟ ହ୍ରାସ କରି ଥିଲା ।