ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ତୈମୁରଙ୍କ ପାଇଁ ଆସିଛି ବିବାହ ପ୍ରସ୍ତାବ । ବଲିଉଡର ଆଇଟମ ଗର୍ଲ ନୋରା ଫତେହି ଏବେ ବିବାହ କରିବାକୁ ଇଚ୍ଛା କରିଛନ୍ତି । ବଲିଉଡ୍ କପଲ ସୈଫ୍ ଅଲ୍ଲୀ ଖାନ୍ ଓ କରିନା କପୁରଙ୍କ ପୁଅ ତୈମୁର୍ଙ୍କୁ ବିବାହ କରିବାକୁ ଚାହାନ୍ତି ବଲିଉଡ୍ର ଆଇଟମ୍ ଗର୍ଲ ନୋରା ଫତେହି । ‘ହ୍ଵାଟ୍ ଓମେନ୍ ଵାଣ୍ଟ’ ନାମକ ଏକ ଟିଭି ସୋ’ରେ ଯୋଗ ଦେଇ କଥାବାର୍ତ୍ତା କରିବା ସମୟରେ ନୋରା ତାଙ୍କ ବିବାହକୁ ନେଇ ଏହି କଥା କହିଥିଲେ । ତେବେ ଏହାର ଉତ୍ତରରେ ମଧ୍ୟ କରିନା ହସିବା ସହିତ ତୈମୁର୍ ଏବେ ମାତ୍ର ୪ ବର୍ଷର ବୋଲି କହିଥିଲେ । ତେବେ କରିନାଙ୍କ ଏହି କଥାର ଉତ୍ତର ମଧ୍ୟ ଖୁବ ରୋମାଞ୍ଚକଭରା ଦେଇଥିଲେ ନୋରା । ସେ କହିଥିଲେ ତୈମୁର୍ ବଡ଼ ହେବା ଯାଏ ସେ ଅପେକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି, ଏପରିକି ତୈମୁରଙ୍କୁ ଦେଖିବା ପରଠୁ ତାଙ୍କୁ ସେ ଭଲ ଲାଗନ୍ତି ବୋଲି କହିଥିଲେ ନୋରା ।
ସୈଫ୍ ଓ କରିନାଙ୍କ ଷ୍ଟାର୍ କିଡ୍ ତୈମୁର ଜନ୍ମ ହେବା ପରଠୁ ଫଟୋକୁ ନେଇ ସର୍ବଦା ବେଶ୍ ଚର୍ଚ୍ଚା ରହିଛନ୍ତି । ଏପରିକି ତୈମୁର୍ ଫଟୋ ଉଠାଇବା ସମୟରେ ଅନେକ ସମୟରେ ସ୍ମାଇଲ୍ ପୋଜ୍ ଦେଇଥିବାର ମଧ୍ୟ ଦେଖାଯାଏ । ସେହିଭଳି କିଛି ଦିନ ତଳେ କରିନାଙ୍କ ଦ୍ୱିତୀୟ ପିଲାକୁ ନେଇ ତୈମୁର ତାଙ୍କ ଘରକୁ ଆଉ ଜଣେ ନୂଆ ଅତିଥି ଆସିବେ ବୋଲି ସାମାଜିକ ଗଣମାଧ୍ୟମରେ କହୁଥିବା ଦେଖାଦେଇଥିଲା।