ସନ୍ଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ଅପର୍ କୋଲାବର ମୁଖ୍ୟ କେନାଲ ବନ୍ଧ ଭୁଶୁଡ଼ି ଯାଇ ଚାଷ ଜମିକୁ ମାଡ଼ି ଯାଇଛି ପାଣି । ମିଳିଥିବା ସୂଚନା ଅନୁଯାୟୀ, ପାରାବେଡ଼ା-ଏକଟାଗୁଡ଼ା ନିକଟରେ ଥିବା ଧନପୁର ସବମାଇନର କେନାଲରେ ଘାଇ ସୃଷ୍ଟି ହୋଇଛି । ଅପର୍ କୋଲାବ ମୁଖ୍ୟ କେନାଲ ୫୦ରୁ ୬୦ ମିଟର୍ ବନ୍ଧ ଭୁଶୁଡ଼ି ଯିବାରୁ ଏକତାଗୁଡ଼ା ଅଞ୍ଚଳରେ ପାଣି ପଶି ଯାଇଛି । ଗତକାଲି ରାତିରେ ଏହି ଅଘଟଣ ଘଟିଛି ।
ଫଳରେ ଅଞ୍ଚଳବାସୀ ଗତକାଲି ରାତି ସାରା ଭୟରେ କାଟିଛନ୍ତି । ତେବେ ସୌଭାଗ୍ୟବଶତଃ କେନାଲର ପାଣି ଜନବସତି ଦିଗକୁ ମାଡ଼ି ନାହିଁ । ଘଟଣାସ୍ଥଳରେ ଗତକାଲି ରାତିରେ ବିଭାଗୀୟ ଅଧିକାରୀ ଓ ଜୟପୁର ବିଧାୟକ ପହଞ୍ଚିଥିଲେ । ବର୍ତ୍ତମାନ କେନାଲ ପାଣିକୁ ବନ୍ଦ କରାଯାଇଛି । କିପରି ଭାବେ ବନ୍ଧ ଭାଙ୍ଗିଲା ସେ ନେଇ ଅନୁଧ୍ୟାନ କରାଯିବ । କେନାଲଟି ଦୁର୍ବଳ ଥିବା ଯୋଗୁଁ ଭୁଶୁଡ଼ି ଯାଇଛି ବୋଲି ଅନୁମାନ କରାଯାଉଛି ।