ସନ୍ଷ୍ଟାର ଟିଭି ବ୍ୟୁରୋ
ଆଠଗଡ: ରାଜ୍ୟରୁ ପୁଣି ଫେରିଛି କଣ୍ଟେନ୍ମେଣ୍ଟ ଜୋନ । କଟକ ଜିଲ୍ଲାର ଆଠଗଡରେ ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଗ୍ରାମରେ ଜାରି ହୋଇଛି କଟକଣା ।ଏହି ଗ୍ରାମରୁ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ଏହି ନିଷ୍ପତି ଗ୍ରହଣ କରିଛନ୍ତି । ତେବେ ସାତ ଦିନ ପାଇଁ ଏହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । କଣ୍ଟାକ୍ଟ ଟ୍ରେସିଂ ପରେ ପୁଣି ଥରେ ଲୋକମାନଙ୍କ କରୋନା ଟେଷ୍ଟ କରାଯିବା ନେଇ ସୂଚନା ଦେଇଛନ୍ତି ପ୍ରଶାସନ ।
ଏହାପୂର୍ବରୁ ଡିସେମ୍ବର ମାସରେ ଯୋରନ୍ଦା ପଂଚାୟତର ପାଇକେରାପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲାବେଳେ ଅକ୍ଟୋବର ମାସରେ କୁସପଙ୍ଗି ପଂଚାୟତର ସାରକୋଳି ଓ ପହିଲାବର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। କିଛିଦିନ ଅନ୍ତରରେ ଆଠଗଡ଼ରେ କରୋନା ମହାମାରୀର ପ୍ରଭାବ ବୃଦ୍ଧି ପାଇବା ଏବଂ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୋନା ସଂକ୍ରମଣକୁ ନେଇ ପୁଣି ଆତଙ୍କ ସୃଷ୍ଟି କରିଛି।
ତେବେ ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି ଓ କରୋନା କଟକଣାକୁ କୋହଳ ମଧ୍ୟ କରାଯାଇଛି। ରାଜ୍ୟରେ ଅଧିକାଂଶ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ଖୋଲାଯାଇଛି।