ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ଆଜିଠୁ ଖୋଲିଛି ସିନେମା ହଲ୍ । କୋଭିଡ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ସିନେମା ହଲ ଖୋଲିଛି । ସାମାଜିକ ଦୂରତା ରକ୍ଷା କରିବା ପାଇଁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲରେ ଖୋଲାଯାଇଛି । ପ୍ରତ୍ୟେକ ଦର୍ଶକ ଗୋଟିଏ ଲେଖାଏଁ ସିଟ୍ ବ୍ୟବଧାନରେ ବସିବେ । ଏଥିପାଇଁ ରାଜ୍ୟର ସମସ୍ତ ସିନେମା ହଲରେ ପ୍ରସ୍ତୁତି କରାଯାଇଛି । ହଲ୍ଗୁଡ଼ିକୁ ସାନିଟାଇଜ୍ କରାଯିବା ସହ ଦର୍ଶକଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । । ସାନିଟାଜ୍ ସହ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦେଇଛନ୍ତି ସିନେମା ହଲ୍ କର୍ତ୍ତୃପକ୍ଷ । ହଲ୍ରେ ସମସ୍ତ ପ୍ରକାର ଖାଦ୍ୟ ବାରଣ କରାଯାଇଛି ।
ତେବେ ୯ମାସ ପରେ ରାଜ୍ୟରେ ସିନେମା ହଲ ଖୋଲିଥିଲେ ମଧ୍ୟ କରୋନା ସଂକ୍ରମଣ ପାଇଁ ହଲ୍ରେ ବେଶୀ ଭିଡ ନଥିବା ଦେଖିବାକୁ ମିଳିଛି ।