ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟାକାଣ୍ଡ ଘଟଣାରେ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ପୁଲିସ ଆଉ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।ତେବେ ଆଜିକୁ ମିଶାଇ ଗ୍ରାମାଞ୍ଚଳ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ତେବେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କୁ ନିଆଯାଇ ହତ୍ୟାକାଣ୍ଡର ରିକ୍ରିଏସନ କରାଯାଇଥିଲା । ଲୁଚାଇଥିବା ହତିଆର ଧରି ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା ଅଭିଯୁକ୍ତ। ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର, ବାଇକ୍, ମୋବାଇଲ ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ ।
ସୂଚନାଯୋଗ୍ୟ; ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକରେ ଜଙ୍କୋଟି ଗାଁରୁ ନୃତାଙ୍ଗ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଥଲେ। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ବଡ଼ ମେଡିକାଲରେ ଦିବ୍ୟସିଂହ ପ୍ରାଣ ହରାଇଥିଲେ।