ସନ୍ଷ୍ଟାର ଟିଭି ବ୍ୟୁରୋ
ପନିପରିବା ଭିତରେ ଅନେକ ଏମିତି କିଛି ପରିବା ଯାହାର ଉପାଦେୟତା ଗୁଣ ଭରି ରହିଛି । ସେଥି ମଧ୍ୟରୁ ପିଆଜ ସବୁଠୁ ବେଶୀ ଦରକାରୀ ଜିନିଷଟିଏ । ସମସ୍ତିଙ୍କ ରୋଷେଇ ଘରେ ଏହାର ବେଶୀ ଆବଶ୍ୟକ ହୋଇଥାଏ । ପିଆଜ ଦେଶର ସବୁଠୁ ଅଧିକା ବ୍ୟବହୃତ ହେଉଥିବା ପରିବା ମଧ୍ୟରୁ ଗୋଟିଏ । ହେଲେ ପିଆଜ ଆମର କେଶର ସୁରକ୍ଷା ପାଇଁ ଅନେକ ଫଳପ୍ରଦ ହୋଇଥାଏ ବୋଲି କ୍ଵଚିତ ଲୋକ ଜାଣିଥିବେ । ପିଆଜ ଆପଣଙ୍କ କେଶକୁ ଦୃଢ଼ ରଖିବାରେ ସାହାଯ୍ୟ କରିଥାଏ , କେଶକୁ ଝଡ଼ିବାରୁ ରୋକିଥାଏ ଏବଂ କେଶର ଅନ୍ୟ ସମସ୍ୟାଗୁଡ଼ିକରୁ ମଧ୍ୟ ଦୂର କରିଥାଏ ।
ଯଦି ଆପଣ ନିଜର କେଶର ଯତ୍ନ ନେବାକୁ ଚାହୁଁଛନ୍ତି ଏବଂ ପିଆଜକୁ ଆପଣ ବ୍ୟବହାର କରିବାକୁ ଚାହୁଁଛନ୍ତି ସବୁଠୁ ଭଲ ଉପାୟ ହେଉଛି ପିଆଜ ତେଲ ଲଗାଇବା । ପିଆଜ ତେଲ ବଜାରରେ ସହଜରେ ମିଳିନଥାଏ , କିନ୍ତୁ ଆପଣ ଏହାକୁ ଘରେ ତିଆରି କରିପାରିବେ ଏବଂ ଏହାକୁ ବନେଇବା ପ୍ରକ୍ରିୟା ବହୁତ ସହଜ । ନିୟମିତ ରୂପରେ ପିଆଜ ତେଲ ବ୍ୟବହାର କରିବା ଦ୍ୱାରା କେଶ ମଜବୁତ୍ ହେବା ସହ ବୃଦ୍ଧି ଘଟିଥାଏ । ଏବେ ଆସନ୍ତୁ , ଆଣିବା କେଉଁ ଉପାୟରେ ଆପଣ ଘରେ ପିଆଜ ତେଲ ପାରିବେ-
ସବୁଠୁ ପ୍ରଥମେ ପିଆଜର ରସ ନିଅନ୍ତୁ । ଗ୍ରାଇଣ୍ଡର ବା ଜୁସ୍ ମେକର ସାହାଯ୍ୟରେ ପିଆଜ ରସ ବାହାର କରନ୍ତୁ । ଯଦି ରସ ନାହିଁ ତାହାଲେ ଆପଣ ତେଲ ପ୍ରସ୍ତୁତ କରିବା ପାଇଁ ପିଆଜର ପେଷ୍ଟ ମଧ୍ୟ ନେଇ ପାରିବେ ।
ଏବେ ଏକ ପ୍ୟାନ୍ରେ ନଡ଼ିଆ ତେଲ ପକାନ୍ତୁ ଓ ତେଲରେ ପିଆଜର ରସ ପକାନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ । ଏବେ ଏହାକୁ ଚୁଲିରୁ କାଢି ଦିଅନ୍ତୁ । ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ । ଉକ୍ତ ତେଲକୁ ଛାଣି ଏକ ପାତ୍ରରେ ରଖନ୍ତୁ । ଆପଣ ଏହି ତେଲକୁ ୬ମାସ ଯାଏ ବ୍ୟବହାର କରିପାରିବେ।
ଏହି ତେଲକୁ ବ୍ୟବହାର କରିବା ସମୟରେ ନିଜର କେଶକୁ ଦୁଇ ଭାଗରେ ବାଣ୍ଟି ଦିଅନ୍ତୁ । ଏହାପରେ ନିଜ କେଶର ମୂଳରେ ତେଲ ଲଗାଇବା ଆରମ୍ଭ କରନ୍ତୁ । ଧିରେ ଧିରେ ମାଲିସ୍ କରନ୍ତୁ ଏବଂ ନିଜର ହେୟାର କେୟାର ରୁଟିନ୍ରେ ପିଆଜ ତେଲ ସାମିଲ କରନ୍ତୁ । ଆପଣଙ୍କ କେଶ ବହୁତ ଶୀଘ୍ର ଶକ୍ତ ଓ ଘନ କଳା ହୋଇଯିବ । ଏହା ସହ ଆପଣ ଡାକ୍ତରଙ୍କ ଠାରୁ ପରାମର୍ଶ ମଧ୍ୟ ନେଇ ପାରିବେ ।