ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ନଅ ମାସ ଧରି ବନ୍ଦ ରହିଥିବା ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ତେବେ ଆଜିଠୁ ଆରମ୍ଭ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ । ଜାରି କରାଯାଇଥିବା କୋଭିଡ ନିୟମାବଳୀକୁ ପାଳନ କରି ଭକ୍ତମାନେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି । ତେବେ ଏହି ନିୟମକୁ କୋହଳ କରାଯାଇଛି । ପୂର୍ବରୁ କରାଯାଇଥିବା ବୟସସୀମା କଟକଣାକୁ ହଟାଇ ଦିଆଯାଇଛି । ତେବେ ଯେଉଁମାନେ କୋଭିଡ ନେଗେଟିଭ୍ ରିପୋର୍ଟ ନ ଆଣିଥିବେ ସେମାନେ ମାଗଣାରେ ସେଠାରେ ନିଜର କୋଭିଡ ଟେଷ୍ଟ କରିପାରିବେ ।
ମନ୍ଦିର ନିକଟରେ ବିଏମସି ପକ୍ଷରୁ ମାଗଣା କୋଭିଡ ଟେଷ୍ଟିଂର କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ସିଂହଦ୍ୱାର ପର୍ଯ୍ୟନ୍ତ ଗୋଟିଏ ପଟେ ପ୍ରବେଶ ପଥ ଥିବା ବେଳେ ଅନ୍ୟପଟେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ଗତ ୨୭ ତାରିଖରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଥିବା ବେଳେ ପ୍ରଥମେ ସେବାୟତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା ।